Latest Odisha News

BREAKING NEWS

କିପରି ଆରମ୍ଭ ହେଲା ବିଶାଲ-ଶେଖରଙ୍କ ସଂଗୀତ ଯାତ୍ରା, କାହିଁକି ତାଙ୍କୁ ସଫଳ ଯୋଡି ଭାବେ ବିବେଚନା କରାଯାଏ

ମୁମ୍ବାଇ: ଗାୟକ ଶେଖର ରବିଜାନି ବଲିଉଡର ଜଣେ ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ। ଆଜି ହେଉଛି ତାଙ୍କ ୪୨ ତମ ଜନ୍ମଦିନ।  କିନ୍ତୁ ଶେଖରଙ୍କୁ କେତେବେଳେ ବି ଏକୁଟିଆ ଦେଖିବାକୁ ମଳି ନଥାଏ। କାରଣ ତାଙ୍କ ସାଙ୍ଗେ ସବୁବେଳେ ଥାନ୍ତି ତାଙ୍କ ପାଟର୍ନର୍‌ ବିଶାଲ୍‌ ଦଦ୍‌ଲାନି। ବିଶାଲ-ଶେଖରଙ୍କ ଯୋଡି ବଲିଉଡ୍‌କୁ ଅନେକ ହିଟ୍‌ ଗୀତ ଭେଟି ଦେଇଛନ୍ତି। ଶେଖର ରବିଜାନି ଏବଂ ବିଶାଲ ଦଦ୍‌ଲାନି ଏହି ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଅନେକ ସମୟରେ କୁହାଯାଏ ଯେ ବିଶାଲ-ଶେଖର ପରସ୍ପରଠାରୁ ଅଲଗା ନୁହନ୍ତି। ଏହି ବଲିଉଡ ଯୋଡି ଅନେକ ସଫଳ ଗୀତ ଗାଇଛନ୍ତି। ତେବେ ଶେଖର ଏବଂ ବିଶାଲ ଏକାଠି ଗୀତ ଗାଇବାକୁ କିପରି ନିଷ୍ପତ୍ତି ନେଇଥିଲେ। ଏକ ସାକ୍ଷାତକାରରେ ଶେଖର ରବିଜାନି ନିଜେ ଏ ବିଷୟରେ କହିଥିଲେ।

ଶେଖର କହିଥିଲେ ଯେ ବିଶାଲ ଏବଂ ସେ ଦୁହେଁ ପିଲାଦିନର ବନ୍ଧୁ। ସେମାନେ ପରସ୍ପରକୁ ଜାଣିଥିଲେ। ଏପରି ପରିସ୍ଥିତିରେ, ସେମାନେ ପରସ୍ପର ସହିତ କାମ କରିବାରେ କୌଣସି ଅସୁବିଧା ହୋଇନଥିଲା। ଏଥି ସହିତ, ଶେଖର ବିଶାଲଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ କହିଥିଲେ ଯେ ୧୯୯୭ ମସିହାରେ ଚଳଚ୍ଚିତ୍ର ‘ପ୍ୟାର ମେ କଭି କଭି’ରେ ଗୀତ ଗାଇବାର ସୁଯୋଗ ପାଇଲି। ମୁଁ ସେହି ଚଳଚ୍ଚିତ୍ରରେ ଦୁଇଟି ଗୀତ ଗାଉଥିଲି। ଦିନେ ଯେତେବେଳେ ମୁଁ ରେକର୍ଡିଂ ଷ୍ଟୁଡିଓରୁ ଯାଉଥିଲି, ଦେଖିଲି ବିଶାଲ ଆସୁଛନ୍ତି। ସେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ଆମେ ଦୁହେଁ ଏହି ଚଳଚ୍ଚିତ୍ରରେ ଗୀତ ଗାଉଛୁ। ତା’ପରେ ନିଷ୍ପତ୍ତି ନିଆଗଲା ଯେ ଏହି ଚଳଚ୍ଚିତ୍ରରେ ଆମେ ଏକାଠି ଏକ ଗୀତ ଗାଇବୁ। ସେବେଠାରୁ ବିଶାଲ-ଶେଖଙ୍କ ଏହି ନୂଆ ଯୋଡି ସାମ୍‌ନାକୁ ଆସିଥିଲା।

Leave A Reply

Your email address will not be published.