ବିହାର: ପରୀକ୍ଷା ହଲରେ ୫୦୦ ଝିଅ ଦେଖି ଅଚେତ ହୋଇପଡିଲେ ଯୁବକ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦା ଅଞ୍ଚଳରେ । ଜଣେ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇ ପଡିଥିଲେ । ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି ।
ଛାତ୍ର ଜଣକ ହେଲେ ୧୭ ବର୍ଷୀୟ ବାଳକ ମନୀଷ ଶଙ୍କର । ବୁଧବାର ଦିନ ନାଲନ୍ଦାର ଏକ ପରୀକ୍ଷା କେନ୍ଦ୍ରରେ ମନୀଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଇଥିଲେ । ୫୦୦ ଛାତ୍ରୀଙ୍କ ମଧ୍ୟରେ ସେ ଜଣେ ଛାତ୍ର ଥିଲେ । ତେଣୁ ସେ ନିଜକୁ ଏକୁଟିଆ ଭାବି ପରୀକ୍ଷା କେନ୍ଦ୍ରରେ ବେହୋସ ହୋଇପଡିଥିଲେ । ନାଲନ୍ଦାର ଏକ ପରୀକ୍ଷା କେନ୍ଦ୍ରରେ ଏଭଳି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପରୀକ୍ଷା ହଲ୍ରେ ମନୀଷ ଏକମାତ୍ର ଛାତ୍ର ଥିବାବେଳେ ଅନ୍ୟ ସମସ୍ତେ ଛାତ୍ରୀ ଥିଲେ । ସେଥିପାଇଁ ମନୀଷ ବେହୋସ ହୋଇପଡ଼ିଥିଲେ । ପରେ ମନୀଷକୁ ବିହାର ସରିଫ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ତେବେ ଏହି ମାମଲା ବ୍ରିଲିଆଣ୍ଟ କନଭେଣ୍ଟ ପ୍ରାଇଭେଟ ସ୍କୁଲର ବୋଲି ଜଣାପଡିଛି । ବିହାରରେ ବୁଧବାର ଇଣ୍ଟରମିଡିଏଟର ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହୋମ ଟାଉନ ନାଳନ୍ଦାର ପରୀକ୍ଷା କେନ୍ଦ୍ର ବନ୍ଦଥିବା ବେଳେ ଛାତ୍ରୀଛାତ୍ରମାନେ ଅନ୍ୟ ଏକ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରୁଥିବା ଦେଖାଯାଇଥିଲା । ସେଠାରେ ଏଭଳି ଘଟଣା ଘଟିଛି ।
ତେବେ ମନୀଷଙ୍କ ଚାଚୀ ପୁଷ୍ପା ଲତା ସିହ୍ନା କହିଛନ୍ତି, ମନୀଷ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପରେ ସେଠାରେ କେବଳ ଝିଅ ଦେଖିବାକୁ ପାଇଥିଲେ। ତେଣୁ ଏତେ ଝିଅଙ୍କୁ ଦେଖି ଘାବେରେଇ ଯାଇଥିଲା । ନିଜକୁ ଏକୁଟିଆ ଅନୁଭବ କରିଥିଲା । କିପରି ଏତେ ଝିଅମାନଙ୍କ ମଧ୍ୟରେ ପରୀକ୍ଷା ଦେବେ ତାହାକୁ ସେନେଇ ଚିନ୍ତାରେ ପଡ଼ିଥିଲେ ମନୀଷ । ତେଣୁ ବେହୋସ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ।
अजब-गजब! नालंदा में बिहार बोर्ड 12वीं की परीक्षा के दौरान एक छात्र को 500 लड़कियों के बीच बैठा दिया गया. नतीजा देखिए- लड़का बेहोश हो गया. नर्वस होकर गिर गया. परीक्षार्थी मनीष शंकर को अस्पताल लाना पड़ा…नालंदा से अमृतेश की रिपोर्ट.Edited by @iajeetkumar pic.twitter.com/cJTmaLcfmi
— Prakash Kumar (@kumarprakash4u) February 1, 2023
Comments are closed.