Latest Odisha News

ଛୁଇଁଲେ ଫାଟିଯିବ ପରଫ୍ୟୁମ୍ ବୋମା, ଜାମ୍ମୁକାଶ୍ମୀରରୁ ଗିରଫ ଆତଙ୍କବାଦୀଙ୍କଠୁ ଜବତ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ବିଭିନ୍ନ ଆକ୍ରମଣ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ଗତ ୨୧ ତାରିଖରେ ନରୱାଲରେ ହୋଇଥିବା ଆଇଡି ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ । ଉକ୍ତ ମାମଲାରେ ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି ।

ଆତଙ୍କବାଦୀ ଜଣଙ୍କ ପାକିସ୍ତାନର ଲସ୍କର ଏ ତୋଇବା ସହ ଜଡ଼ିତ । ତା’ଠାରୁ ପରଫ୍ୟୁମ୍ ବୋମା ମଧ୍ୟ ମିଳିଛି । ସୁରକ୍ଷା ଏଜେନ୍ସି ଅନୁସାରେ, ଏହି ପରଫ୍ୟୁମ୍ ବୋମା ହାତ ବାଜିବା ମାତ୍ରେ ଫାଟି ଯାଇଥାଏ । ତେବେ ବଡ଼ କଥା ହେଉଛି ଏହି ପରଫ୍ୟୁମ୍ ବୋମା ଜାମ୍ମୁକାଶ୍ମୀରରୁ ପ୍ରଥମଥର ଲାଗି ଠାବ ହୋଇଛି ।

ଜାମ୍ମୁକାଶ୍ମୀରର ଡିଜିପି ଦିଲବାଗ ସିଂଙ୍କ ଅନୁସାରେ, ଜାନୁଆରୀ ୨୦ରେ ୨ଟି ଆଇଡି ବୋମା ଖଞ୍ଜା ଯାଇଥିଲା । ୨୧ ତାରିଖରେ ୨୦ ମିନିଟ୍ ବ୍ୟବଧ୍ୟାନରେ ବିସ୍ଫୋରଣ ହୋଇଥିଲା । ଏହି ମାମଲାରେ ଆତଙ୍କବାଦୀ ଆରିଫକୁ ଗିରଫ କରା ଯାଇଛି । ଆଉ ତା ଠାରୁ ମିଳିଥିବା ପରଫ୍ୟୁମ୍ ବୋମାର ଆଇଡି ଥିବା ସେ କହିଛି । ଯାହାକୁ ଛୁଇଁବା, ଦବାଇବା ଓ ଖୋଲିବା ମାତ୍ରେ ତାହା ଫାଟି ଯାଇଥାଏ ।

ମେ ୨୦୨୨ରେ ହୋଇଥିବା ଏକ ବିସ୍ଫୋରଣରେ ଆତଙ୍କବାଦୀ ଆରିଫର ହାତ ଥିବା ପୋଲିସ କହିଛି । କଟରାରେ ବିସ୍ଫୋରଣ ହୋଇଥିଲେ । ଶ୍ରଦ୍ଧାଳୁଙ୍କୁ ନେଇ ବୈଷ୍ଣୋ ଦେବୀ ଯାଉଥିବା ବସ୍ ଜଳି ଯାଇଥିଲା । ସେଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.