Latest Odisha News

ଅଭୁଲା ଗୀତ : ବାରିଦରେ

ସଙ୍ଗୀତ : ବାଳକୃଷ୍ଣ ଦାଶ
ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍‌
ଗୀତ : ସାରଦା ପ୍ରସନ୍ନ ନାୟକ
ଚଳଚ୍ଚିତ୍ର : ଲକ୍ଷ୍ମୀ, ୧୯୬୨

 

ବାରିଦରେ!

ବାରିଦରେ!
ଯା ନା ତୁ ନ ଯା’ ରେ
ତା’ ପାଶେ ଯା’ ନା
ବାରିଦରେ!

ମରମ ବେଦନା
ମରମେ ଗୁମରେ
ପାଏନା ମୁଁ ଭାଷା
କହିବାକୁ ତା’ରେ
ଯା ନା ତୁ ଯା’ ନା
ମାନ ବାରେ ମନା
ବାରିଦରେ!
ଯା ନା ତୁ ନ ଯା’ ରେ
ତା’ ପାଶେ ଯା’ ନା

ହାହାକାର ଭରା
ମାୟା ମରୁବାଲି
ମଉଳି ପୁଲକ
ଲାଗେ ଖାଲି ଖାଲି
ଏକାକୀ ବିଜନେ
ଝୁରେ ପକ୍ଷୀ ଅନା
ବାରିଦରେ!
ଯା ନା ତୁ ନ ଯା’ ରେ
ତା’ ପାଶେ ଯା’ ନା
ବାରିଦରେ!

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Comments are closed.