Latest Odisha News

BREAKING NEWS

ଭଙ୍ଗା ଯାଇପାରେ ବାହାନଗା ସ୍କୁଲରେ ମୃତଦେହ ରଖା ଯାଇଥିବା କୋଠରୀ, ଡରୁଛନ୍ତି ପିଲା !

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖା ଯାଇଥିବା ବାହାନଗା ବଜାର ହାଇସ୍କୁଲର କୋଠରୀ ଭଙ୍ଗା ଯାଇପାରେ । ଆଜି ବାଲେଶ୍ୱର ଜିଲ୍ଲାପାଳ ହାଇସ୍କୁଲ୍ ପରିଦର୍ଶନ ପରେ ଏ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ବିଦ୍ୟାଳୟ ପରିଚାଳନା କମିଟି ଚାହିଁଲେ ମୃତଦେହ ରଖାଯାଇଥିବା ଘରକୁ ଭଙ୍ଗାଯିବ ।

ତେବେ ସ୍କୁଲ୍ ପରିଚାଳନା କମିଟିର ନିଷ୍ପତ୍ତି ପରେ ଯାହା ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ମୃତଦେହ ରଖାଯାଇଥିବା କୋଠରୀରେ କିଛି ସ୍ଥାନରେ ରକ୍ତଛିଟା ପଡ଼ିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଶଂସୟ ଲାଗି ରହିଥିବା ବେଳେ ଆଜି ଜିଲ୍ଲାପାଳ ସ୍କୁଲ୍ ପରିଦର୍ଶନ କରି ଆଲୋଚନା କରିଥିଲେ ।

ଜୁନ୍ ୨ ତାରିଖରେ କରମଣ୍ଡଳ ଏକ୍ସପ୍ରେସ୍, ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଶତାଧିକ ଖଣ୍ଡ ବିଖଣ୍ଡିତ ମୃତଦେହକୁ ବାହାନଗା ସ୍କୁଲ୍ ପରିସରରେ ରଖା ଯାଇଥିଲା । ଦୁଇ ଦିନ ପରେ ପ୍ରଶାସନ ମୃତଦେହକୁ ସ୍କୁଲରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।

ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମଧ୍ୟ ଡରିଥିଲେ । ଏପରିକି କିଛି ଅଭିଭାବକ ଛୁଆଙ୍କୁ ସ୍କୁଲକୁ ପଠାଇବେ ନାହିଁ ବୋଲି କହିଥିଲେ । ଖରା ଛୁଟି ପରେ ବିଦ୍ୟାଳୟ ଖୋଲିବାକୁ ଥିବା ବେଳେ ସ୍କୁଲକୁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରିଛି ।

Leave A Reply

Your email address will not be published.