Latest Odisha News

BREAKING NEWS

ନର୍ସିଂ ଗ୍ରାଜୁଏଟଙ୍କୁ ଜୁନିଅର ଡାକ୍ତର ମାନ୍ୟତା ଖବର ଉପରେ ସ୍ପଷ୍ଟୀକରଣ ରଖିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ବିଏସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ନର୍ସିଂ ଅଫିସର ଏବଂ ଜୁନିଅର ଡାକ୍ତର କୁହାଯିବା ନେଇ ଏକ ପ୍ରଚାରିତ ଖବରକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ମନ୍ତ୍ରାଳୟର ଟୁଇଟର ହାଣ୍ଡେଲରେ ଏ ନେଇ ସୂଚନା ଦିଆ ଯାଇଛି । ବିଏସସି ନର୍ସମାନଙ୍କୁ ନର୍ସିଂ ଅଫିସର କିମ୍ବା ଜୁନିଅର ଡାକ୍ତର କୁହାଯିବା ନେଇ ଏକ ନୋଟିସ ସୋସିଆଲ ମିଡିଆାରେ ଭାଇରାଲ ହୋଇଥିଲା ।

ଏହି ସୂଚନା ଅନୁଯାୟୀ, ଇଣ୍ଡିଆନ ନର୍ସିଂ କାଉନସିଲ ପକ୍ଷରୁ ଜାରି ଏକ ନୋଟିସରେ ବିଏସସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ନର୍ସିଂ ଅଫିସର ଏବଂ ସେମାନେ ଏମବିବିଏସ ସହ ସମାନ ବୋଲି ବିଚାର କରାଯିବ । ଏପରିକି ସେମାନଙ୍କୁ ଜୁନିଅର ଡାକ୍ତର ଭାବେ ବିଚାର କରାଯିବ ବୋଲି ଏହି ନୋଟିସରେ  କୁହାଯାଇଛି । ଏହି ନୋଟିସଟି ସଂପୃକ୍ତ ବିଭାଗ ପକ୍ଷରୁ ୫ ତାରିଖ ଜାରି କରାଯାଇଛି । ଏଥିରେ ଡ.ସର୍ବଜିତ କୌରଙ୍କ ଦସ୍ତଖତ ରହିଛି ଏହି ନୋଟିସ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହାର ଜବାବ ଦିଆ ଯାଇଛି । ଏପରି ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଇଛି । ଏହା ସମ୍ପୂର୍ଣ୍ଣ ମିଛ ଏବଂ ଏହାର ପ୍ରସାର ନ କରିବା ପାଇଁ  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ  କରାଯାଇଛି ।

Leave A Reply

Your email address will not be published.