Latest Odisha News

BREAKING NEWS

ଦ୍ୱିତୀୟ ଦିନରେ ସଫେଇକର୍ମୀଙ୍କ ଆନ୍ଦୋଳନ; ୩ ଦିନର ସମୟ ମାଗିଲା ବିଏମସି

ଭୁବନେଶ୍ୱର: ଦ୍ବିତୀୟ ଦିନରେ ଜାରି ରହିଛି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଏହାଭିତରେ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଛି ବିଏମସି । ବର୍ଦ୍ଧିତ ଦରମା ନେଇ ତିନି ଦିନର ସମୟ ମାଗିଲା ବିଏମସି । ତିନି ଦିନ ମଧ୍ୟରେ ସରକାର ଘୋଷଣା କରିବେ ବୋଲି କହିଛି ବିଏମସି । ସେହିପରି ଅଳିଆ ପୃଥକୀକରଣ ବନ୍ଦ କରିବାକୁ ୧୫ ଦିନର ସମୟ ମାଗିଛି ବିଏମସି ।

ଅନ୍ୟପଟେ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ସଫେଇ କର୍ମଚାରୀ । ସହରରେ ସେମିତ ଅଳିଆ ପଡିରହିବ । ଦରମାର ୧୫ ହଜାର ଟଙ୍କାର ବୃଦ୍ଧି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ କହିଛନ୍ତି ।

ଆଜି ପୁଣି ରାଜମହଲ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ । ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱରର ୫୫ଟି ୱାର୍ଡ ପ୍ରଭାବିତ ହୋଇଛି । ପ୍ରତି ୱାର୍ଡରେ ପଡି ରହିଛି ଗଦା ଗଦା ଅଳିଆ । ଲିଖିତ ପ୍ରତିଶ୍ରୁତି ନ ମିଳିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଏମ୍‌ସି ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ସଫେଇ କର୍ମଚାରୀମାନେ ରାଜମହଲ ଓଭରବ୍ରିଜ୍ ତଳେ ଆନ୍ଦୋଳନରେ ବସିଥିଲେ । ଏହା ପରେ ମେୟର ସୁଲୋଚନା ଦାସ ବୈଠକ ପାଇଁ ଡାକିଥିଲେ । ଏକ ଘଣ୍ଟା କାଳ ବୈଠକ ବସିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ପୁଣି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Comments are closed.