Latest Odisha News

BREAKING NEWS

ସଫେଇ କର୍ମଚାରୀଙ୍କ ମୃତ୍ୟୁ, ଭୁବନେଶ୍ୱରରେ ମଜଦୁର ସଙ୍ଘର କାମ ବନ୍ଦ ଘୋଷଣା

ଭୁବନେଶ୍ବର: ରାଜଧାନୀରେ କାମ ବନ୍ଦ କଲେ ସଫେଇ କର୍ମଚାରୀ । ଗତକାଲି ସଫେଇ କର୍ମଚାରୀ ଗୋଲାପ ମାହାରଙ୍କ ମୃତ୍ୟୁ ପରେ ଆଜି ଭୁବନେଶ୍ୱର ୬୪ ନମ୍ବର ୱାର୍ଡରେ କାମ କରିବେନି ବୋଲି ଘୋଷଣା କରିଛନ୍ତି ସଫେଇ କର୍ମଚାରୀ ।

ଖବର ମୁତାବକ, ଗତକାଲି ଖଣ୍ଡଗିରି ନିକଟ ପଞ୍ଚସଖା ନଗରରେ ସଫେଇ କାମ ଚାଲିଥିବା ବେଳେ ହଠାତ୍ ଗୋଲାପ ଅସୁସ୍ଥ ହୋଇପଡିଥିଲେ । ସେ ପୂର୍ବରୁ ଅସୁସ୍ଥ ଥିବାରୁ ଖରାରେ କାମ ନକରିବା ପାଇଁ ସାନିଟାରୀ ଇନ୍ସପେକ୍ଟରଙ୍କୁ ଅନୁରୋଧ କରିଥିଲେ । ହେଲେ ତାଙ୍କର ଅନୁରୋଧକୁ ନଶୁଣି ତାଙ୍କୁ କମରେ ନିୟୋଜିତ କରାଯାଇଥିଲା । ଫଳରେ ସେ ଆହୁରି ଅସୁସ୍ଥ ହୋଇପଡିଥିଲେ ।

ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନା ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସାନିଟାରୀ ଇନ୍ସପେକ୍ଟରଙ୍କ ଅବହେଳା ଯୋଗୁଁ ଜଣେ ସଫେଇ କର୍ମଚାରୀଙ୍କ ଜୀବନ ଯାଇଥିବା ଅଭିଯୋଗ କରି କାମ ବନ୍ଦର ଡାକରା ଦେଇଛି ସଫେଇ ମଜଦୁର ସଂଘ ।

 

Comments are closed.