Latest Odisha News

BREAKING NEWS

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା; ୭ମୃତ

ଧର୍ମଶାଳା: ଦେଶର ପାହାଡୀ ରାଜ୍ୟରେ ପୁଣି ବର୍ଷା ବିତ୍ପାତ । ବିପର୍ଯ୍ୟସ୍ତ ହୋଇପଡିଛି ଜନଜୀବନ । ହିମାଚଳ ଏବଂ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଇତିମଧ୍ୟରେ ହିମାଚଳ ପ୍ରଦେଶର ସୋଲନର ଧାୟବଲା ଗାଁରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ୬ ଜଣଙ୍କୁ ଉଦ୍ଧାର କରାଯାଇଛି ।

BjdElectrycity

ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ହୋଇଥିଲା । ବର୍ଷାକୁ ଦେଖି ହିମାଚଳ ପ୍ରଦେଶର ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ କହିବା ଅନୁଯାୟୀ, ପ୍ରବଳ ବର୍ଷା ହେଉଥିବାରୁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ, କଲେଜ ବନ୍ଦ କରି ଦିଆଯାଇଛି ।

ହିମାଚଳ ପ୍ରଦେଶରେ ଯେମିତି ପ୍ରକୃତି ଦାଉ ସାଧୁଛି । ପ୍ରବଳ ବର୍ଷା ଯୋଗୁ ନଦୀରେ ବନ୍ୟାସ୍ଥିତି ଦେଖା ଦେଇଛି । ଶିମଳା-ଧର୍ମଶାଳା ସହ ପାଖାପାଖି ୫୦୦ ରାସ୍ତାରେ ଭୂସ୍ଖଳନ ଯୋଗୁ ବନ୍ଦ କରି ଦିଆଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ନଦୀକୂଳ, ନାଳ ଏବଂ ଭୂସ୍ଖଳନ ହେଉଥିବା ଜାଗାକୁ ନ ଯିବା ପାଇଁ ନିବେଦନ କରାଯାଇଛି ।

ଖାଲି ହିମାଚଳ ପ୍ରଦେଶରେ ନୁହେଁ, ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କ ଘର, ଦୋକାନ ପାଣିରେ ବୁଡି ଯାଇଛି । ହରିଦ୍ୱାର ସମେତ ଅନେକ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ହରିଦ୍ୱାରରେ ଗଙ୍ଗା ନଦୀ ବିପଦ ସଙ୍କେତଠାରୁ ୧ ମିଟର ଉଚ୍ଚରେ ପ୍ରବାହିତ ହେଉଛି ।

 

Leave A Reply

Your email address will not be published.