Latest Odisha News

BREAKING NEWS

ଜନ୍ମ ପୂର୍ବରୁ ଛୁଆ ବିକ୍ରି ପାଇଁ ଡିଲ୍ : ପୋଲିସ ହାତରେ ଧରାପଡିଲା ବାପା

ଟିଟଲାଗଡ: ମାଆ, ବାପା ନିଜ ଛୁଆର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନଖାଇ ନପିଇ କଷ୍ଟ କରନ୍ତି  । କିନ୍ତୁ ଆଜିର ସମୟରେ ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି  । ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇନାହିଁ ଜଣେ ବାପା । କଥାଟା ହୁଏତ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ବି ଘଟଣାଟି ସତ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ବଲାଙ୍ଗିର ଟିଟିଲାଗଡ଼ରେ । ମା’ ପେଟରେ ଶିଶୁଟି ବଢ଼ୁଥିବା ସମୟରେ ବାପା ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ ନିଜ ଶିଶୁକୁ ବିକ୍ରି କରିବା ପାଇଁ ଡିଲ୍ କରିଥିଲା । କିନ୍ତୁ ଏହି ଘଟଣାର ପର୍ଦ୍ଦାଫାସ କରିଛି ଟିଟଲାଗଡ଼ ପୋଲିସ ।

ବଲାଙ୍ଗିର ଟିଟଲାଗଡ଼ରୁ ଶିଶୁକୁ ଛତିଶଗଡ଼ ରାୟଗଡ଼ରେ ବିକ୍ରି କରାଯାଇଥିଲା । ମାତ୍ର ଅଢ଼େଇ ଲକ୍ଷ ଟଙ୍କା ପାଇଁ ଏହି ଅଭିଯୁକ୍ତ ବାପା ନିଜ ଶିଶୁକୁ ବିକ୍ରି କରିଥିଲା । ଶିଶୁଟି ଦୁନିଆ ଦେଖିବା ଆଗରୁ ତା ନିଜ ବାପା ହିଁ ଏଭଳି ଡିଲ୍‌ କରିଥିଲା । ଆଉ ପୁଅ ଜନ୍ମ ହେବାପରେ ଛତିଶଗଡ ରାୟଗଡର ଅମିତ ଅଗ୍ରଓ୍ୱାଲ ଙ୍କ ହାତରେ ପିଲାକୁ ଟେକି ଦେଇଥିଲା । ଏଭଳି ଡିଲ୍‌ କରିବା ପାଇଁ ଦଲାଲଙ୍କ ସାହାଯ୍ୟ ନେଇଥିଲା ଶିଶୁର ବାପା । କିନ୍ତୁ ଏମାନଙ୍କ ସବୁ ପ୍ଲାନ ଫେଲ ମାରିଥିଲା  । ଯେତେବେଳେ ଟିଟଲାଗଡ଼ ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନ ରେ ଚଢାଉ କରି ଅଭିଯୁକ୍ତ ବାପା ସମେତ ୪ ଜଣଙ୍କୁ  ଗିରଫ କରିଥିଲା  । ଏବେବି ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି  ।

ସେପଟେ ପୋଲିସ ଶିଶୁକୁ ଉଦ୍ଧାର କରି ବର୍ତ୍ତମାନ ବଲାଙ୍ଗିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାରେ ରଖିଛି । ଏବଂ ଏହି ସଂସ୍ଥାର ସଦସ୍ୟମାନେ ଶିଶୁଟିର ନାମ ରଖିଛନ୍ତି ଅଭିନନ୍ଦନ । ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି ।

Leave A Reply

Your email address will not be published.