Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ: ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ା ଗସ୍ତ କରି ଫନି ପରବର୍ତ୍ତୀ ରିଲିଫ, ପୁନଃରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ ଓଡ଼ିଶାର ଉପକୂଳ ଅଞ୍ଚଳ ବାତ୍ୟାପ୍ରବଣ ଏବଂ ପ୍ରାୟ ପ୍ରତି ବର୍ଷ ବାତ୍ୟା ଦ୍ୱାରା ଆଶ୍ରୟସ୍ଥଳ ପାଇଁ ୨ କୋଟି ଟଙ୍କା ବ୍ୟୟ କରାଯିବ । ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ ଓ ଜଳଯୋଗାଣ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବୈଠକରୁ ଜଣାଯାଇଛି ।

ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ ୨ କୋଟି ଟଙ୍କା ଲେଖାଏଁ ବ୍ୟୟରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ବାତ୍ୟାରେ କ୍ଷତିଗ୍ରସ୍ତ ସ୍କୁଲ ଘର, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପଞ୍ଚାୟତ ଦ୍ୱାରା ପରିଚାଳିତ ପବ୍ଲିକ ୟୁଟିଲିଟି ଆସେଟସ ଗୁଡ଼ିକର ମରାମତି ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଏତଦବ୍ୟତୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ ଓ ମତ୍ସଜୀବୀ ମାନଙ୍କ ପାଇଁ ଘୋଷିତ ଜୀବୀକା ପ୍ୟାକେଜ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ବନ୍ଧବାଡ଼କୁ ମଧ୍ୟ ସୁଦୃଢ କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.