Latest Odisha News

BREAKING NEWS

‘ବିଏମସି’ରେ ଉଦଘାଟିତ ହେଲା ମୋବାଇଲ୍ ଏଟିଏମ ଭ୍ୟାନ୍

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର୍ ଅନନ୍ୟା ଦାସଙ୍କ ଦ୍ୱାରା ଆକ୍ସିସ୍ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଦୁଇଟି ମୋବାଇଲ ଭ୍ୟାନ ଗୁରୁବାର ଦିନ ଉଦଘାଟନ ହୋଇଛି ।

ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ରାଜଧାନୀରେ ନେଟୱର୍କ ଅସୁବିଧା ଉପୁଜିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଦୁଇଟି ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଲାଗି ଏହି ୨ଟି ମୋବାଇଲ୍ ଭ୍ୟାନ୍ ଉତ୍ସର୍ଗ ହୋଇଛି ।

ଏହି ୨ଟି ମୋବାଇଲ୍ ଭ୍ୟାନକୁ ଉଦଘାଟନ କରିବା ଅବସରରେ (ବିଏମସି)ର ଅତିରିକ୍ତ କମିଶନର୍ ଅନନ୍ୟା ଦାସ କହିଛନ୍ତି, “ଏହି ଏଟିଏମ ଭ୍ୟାନ ଗୁଡ଼ିକ ଜନସାଧାରଣଙ୍କ ଉପକାରରେ ଲାଗିବ, ଯେଉଁ ସବୁ ଅଞ୍ଚଳରେ ଏଟିଏମ ଉପଲବ୍ଧ ନାହିଁ ସେହି ସବୁ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଉପକୃତ ହୋଇପାରିବେ ।”

Leave A Reply

Your email address will not be published.