Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟକ୍ଷମ ହେଲା ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭିର୍ଚୁଆଲ୍ ମାଧ୍ୟମରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟକୁ ସମର୍ପିତ କରିଛନ୍ତି । ଏହି ଅବସରରେ ଆଶା କରିଛନ୍ତି, ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର୍ ଅକ୍ସିଜେନ୍ ଚାହିଦା ପୂରଣ ହୋଇପାରିବ । ପ୍ରତିଟି ଜୀବନ ବଞ୍ଚାଇବାକୁ ସରକାର ପଦକ୍ଷେପ ନେଉଛନ୍ତି। ପ୍ରତି ଘଣ୍ଟାରେ ଅକ୍ସିଜେନ୍ ବିତରଣ ବ୍ୟବସ୍ଥାକୁ ମନିଟର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହ ଅକ୍ସିଜେନ୍ ପରିଚାଳନା ପାଇଁ ଏକ ଟାସ୍କ ଫୋର୍ସ ଗଠନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅକ୍ସିଜେନ୍ ସିଲିଣ୍ଡର କିଣିବା, ଅକ୍ସିଜେନ୍ ଉତ୍ପାଦନ ପ୍ଲାଣ୍ଟ ବସାଇବା ଏବଂ ଲିକ୍ୱିଡ୍ ମେଡିକାଲ ଅକ୍ସିଜେନ ପାଇଁ ଏହି ଟାସ୍କ ଫୋର୍ସ କାମ କରିବ ।

ମହାମାରୀ କରୋନା ବିରୋଧୀ ଲଢ଼େଇରେ ଜନ ସାଧାରଣ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ସମସ୍ତେ ମିଳିମିଶି ଲଢ଼େଇ କରି କରୋନା ସଂକ୍ରମଣ ଚେନକୁ ଭାଙ୍ଗି ଶୀଘ୍ର ସାଧାରଣ ଜୀବନକୁ ଫେରିବା ନେଇ ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ମହାମାରୀ କାଳରେ ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ ସହଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କୋଭିଡ୍ ଯୁଦ୍ଧରେ ଓଡ଼ିଶା ଏବେ ନେତା । ଏମକେସିଜିରେ କାର୍ଯ୍ୟକ୍ଷମ ହୋଇଥିବା ତରଳ ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ ୨ କୋଟି ଟଙ୍କା ବ୍ୟୟରେ ସ୍ଥାପନ ହୋଇଥିବା ସେ ସୂଚନା ଦେଇଛନ୍ତି । ଏଥିରୁ ଦୈନିକ ୨୦ ହଜାର ଲିଟ ଅକ୍ସିଜେନ୍ ଉତ୍ପାଦନ ହେବ । ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ପରିଚାଳନା କରିଥିଲେ ।

Leave A Reply

Your email address will not be published.