Latest Odisha News

BREAKING NEWS

‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ୭ମ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଭିଡିଓ କନଫରେନସି ଜରିଆୋ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିସହିତ ବାଲେଶ୍ୱରରୁ ପ୍ରାୟ ୧ହଜାର ତୀର୍ଥଯାତ୍ରୀ ଆଗ୍ରା-ଫତେପୁର ସିକ୍ରି ଓ ମଥୁରା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ଏହି ଅବସରରେ ତୀର୍ଥଯାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଯାତ୍ରାର ଶୁଭକାମନା ଦେବା ସହିତ ବରିଷ୍ଠତୀର୍ଥଯାତ୍ରୀମାନେ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ଖୁସି ବ୍ୟକ୍ତ କରିଥିଲେ ।

ଅନ୍ୟପକ୍ଷରେ ରାସବିଦ୍ୟାଧରପୁରର ଜନୈକ ମହିଳା ଅମ୍ବିକା ମହାନ୍ତି କହିଛନ୍ତି ଯେ “ମୁଖ୍ୟମନ୍ତ୍ରୀଙ୍କ ଏହି ଉପକାର ସେମାନେ କେବେବି ଭୁଲିପାରିବେ ନାହିଁ “।

ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ବର୍ଷକୁ ୩ଟି ଟ୍ରେନରେ ପ୍ରାୟ ୩ହଜାର ଯାତ୍ରୀ ତୀର୍ଥରେ ଯାଉଛନ୍ତି । ଚଳିତ ବର୍ଷ ଠାରୁ ଏହାକୁ ଦୁଇ ଗୁଣ କରାଯାଇ ୬ଟି ଟ୍ରେନରେ ୬ହଜାର ଯାତ୍ରୀ ତୀର୍ଥଯାତ୍ରା କରିପାରିବେ । ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଚଳିତ ବର୍ଷ ବାଲେଶ୍ୱର ସହିତ ଟିଟିଲାଗଡ ଓ ରାୟଗଡାରୁ ମଧ୍ୟ ଟ୍ରେନ ଯୋଗେ ତୀର୍ଥଯାତ୍ରା କରିପାରିବେ ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ତଥା ଭାଷା ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟନ ବିଭାଗ ପ୍ରମୁଖ ସଚିବ ଓ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିବା ସହିତ ବାଲେଶ୍ୱରରେ ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.