Latest Odisha News

BREAKING NEWS

ଇଣ୍ଡୋନେସିଆ: ସୁନାମୀ ଓ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୧୫୭୧କୁ ବୃଦ୍ଧି

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସୁଲାୱାସି ଦୀପରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଳୟଙ୍କାରୀ ସୁନାମୀ ଯୋଗୁଁ ଏଯାବତ୍ ମୃତ୍ୟୁସଂଖ୍ୟା ୧୫୭୧ରେ ପହଞ୍ଚିଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହି ବିପର୍ଯ୍ୟୟରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ବିପର୍ଯ୍ୟୟରେ ପ୍ରପୀଡିତ ଲୋକମାନଙ୍କୁ ଖୋଜା ଯିବା ସହ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ଏନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପାଖାପାଖି ୭୦ ହଜାର ଲୋକଙ୍କୁ ଥଇଥାନ କରାଯାଇଥିବା ନେଇ ମଧ୍ୟ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ପ୍ରାୟ ୧ହଜାର ଲୋକ ମାଟି ତଳେ ଚାପି ହୋଇ ରହିଥିବା ନେଇ ଅନେକ ଏନଜିଓ ସଂସ୍ଥା ପକ୍ଷରୁ ଆକଳନ କରାଯାଇଥିବା ବେଳେ ବିଦ୍ୟୁତ କମ୍ପାନୀ ଗୁଡିକ ମଧ୍ୟ ଏଯୋଗୁଁ ନିଷ୍କ୍ରିୟ ହୋଇପଡିଛି ।

ତେବେ ଏହାରେ ଭୂମିକମ୍ପ ପରେ ଆସିଥିବା ସୁନାମୀରେ ଅନେକ ଧନଜୀବନ କ୍ଷୟକ୍ଷତି ହେବା ସହ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଏଥିସହିତ ସହରର ଅନେକ କୋଠା, ହସ୍ପିଟାଲ, ସପିଂ ମଲ୍ ଓ ହୋଟେଲ ସବୁ ମାଟିରେ ମିଶିଯାଇଥିବା ବେଳେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସମସ୍ତେ ପ୍ରଚେଷ୍ଟା କରୁଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.