ଭୁବନେଶ୍ୱର: ଚାଷୀଙ୍କ ଉନ୍ନତି ଓ ଆର୍ଥିକ ବିକାଶ ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ, ଏହି ଚିନ୍ତାଧାରା ସହ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନା ସହିତ ତାଳ ଦେଇ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସିଏମ୍ କିଷାନ ଯୋଜନା କାର୍ୟ୍ୟକ୍ରମ କରୁଛନ୍ତି । ଏହି ଯୋଜନା ମାଧ୍ୟମରେ କୃଷି ବିଦ୍ୟାନିଧିରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୬୯ ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି । ଯାହା ପୂର୍ବ ଅପେକ୍ଷା ୫ ଗୁଣ ବୃଦ୍ଧି କରାଯାଇଛି । ରାଜ୍ୟର କୃଷି ଇତିହାସରେ ଏହା ଏକ ଅଭୂତପୂର୍ବ ସଫଳତା । ସେହିପରି ସିଏମ୍ କିଷାନ ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ କୃଷି ବିଦ୍ୟାନିଧି ଯୋଜନା ଅଧୀନରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଏବଂ ଆନୁସଙ୍ଗିକ ବୈଷୟିକ ପାଠ୍ୟକ୍ରମ ପଢ଼ିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି।
୨୦୨୪-୨୫ରେ ୧୩,୯୨୩ ପିଲାଙ୍କୁ ୫୩.୬୯ କୋଟି ଟଙ୍କା କୃଷି ବିଦ୍ୟାନିଧି ବୃତ୍ତି ଦିଆଯାଇଥିବା ବେଳେ ୨୦୨୫-୨୬ରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ୬୮,୯୧୦ ପିଲାଙ୍କୁ ୨୯୧.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପୂର୍ବ ବର୍ଷ ଅପେକ୍ଷା ଏହି ପରିମାଣ ପ୍ରାୟ ୫ ଗୁଣ ବୃଦ୍ଧି ହୋଇଛି। ଚଳିତ ଶିକ୍ଷାବର୍ଷରେ ରେକର୍ଡ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀଙ୍କୁ କୋଟିକୋଟି ଟଙ୍କାର ଅର୍ଥରାଶି ଛାତ୍ରବୃତ୍ତି ବାବଦରେ ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ । ଏବଂ ଏହା ରାଜ୍ୟର କୃଷି ଇତିହାସରେ ଏକ ଅଭୂତପୂର୍ବ ସଫଳତା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ।

