Latest Odisha News

BREAKING NEWS

CM Majhi targets Congress:SIR ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ- ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ତ୍ରୁଟି ନାହିଁ

ଭୁବନେଶ୍ବର:Special Intensive Revision (SIR) ଉପରେ ମନ୍ତବ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏସଆଇଆର ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ କହିଲେ । କଂଗ୍ରେସର ଅଭିଯୋଗ କେବଳ ରାଜନୈତିକ ଉଦ୍ଦେଶ୍ୟ। କଂଗ୍ରେସ ହତାଶାରୁ ଏଭଳି ଅଭିଯୋଗ ଆଣୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି , ପ୍ରଚାର କରାଯାଉଛି ଯେ, ୧୩ କୋଟି ଲୋକଙ୍କ ଭୋଟ କାଟି ଦିଆଯାଇଛି। କିନ୍ତୁ, ବାସ୍ତବିକ ତଥ୍ୟ ହେଉଛି, ଏଥିରୁ ୨.୮ କୋଟି ଲୋକ ମୃତ, ୩ କୋଟି ଅନୁପସ୍ଥିତ ଏବଂ ୬.୩ କୋଟି ଲୋକ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି। ୧ କୋଟି ଲୋକଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜିକୃତ ହୋଇଥିଲା। ତେଣୁ, ଏଗୁଡିକ ନାଁ କାଟି ଦିଆଯାଇଛି ବୋଲି କହିବା ଅତ୍ୟନ୍ତ ଅବିବେକି ଓ ଗଣତନ୍ତ୍ରର ପରିପନ୍ଥୀ। ଏହି ତାଲିକା ପ୍ରସ୍ତୁତି ଓ ଯାଞ୍ଚ ସମୟରେ ସାରା ଦେଶରେ ସବୁ ଦଳର ବୁଥ ସ୍ତରୀୟ ଏଜେଣ୍ଟ ଅଛନ୍ତି। ସେମାନେ ଯାଞ୍ଚ କରନ୍ତି ଏବଂ ଭୋଟରଙ୍କ ପାଇଁ ଦାବୀ ଓ ଆପତ୍ତି ଅଭିଯୋଗ କରିବାର ଅଧିକାର ବି ରହିଛି। ତେଣୁ, ତାଲିକା ଭୁଲ ହେବାର ପ୍ରଶ୍ନ ଉଠୁନାହିଁ।

Form-6କୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନିର୍ବାଚନ କମିଶନ ମଧ୍ୟ ସେପ୍ଟେମ୍ବର ୨୪ରେ କହିଛନ୍ତି ଯେ ମୂଳ Form-6ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ବରଂ ଫର୍ମ-୬ ସରଳୀକରଣ ହୋଇଛି। ଫର୍ମ-୬ର ତଥ୍ୟ ଡିଜିଟାଇଜ ହୋଇପାରୁଛି। ଏଥିରେ ଭୋଟରଙ୍କ ପକ୍ଷରୁ କୌଣସି ଅଭିଯୋଗ ନାହିଁ। SIR ସମ୍ପର୍କିତ ଅତିରିକ୍ତ ଘୋଷଣା ପତ୍ରକୁ ଅଲଗା ଭାବେ ଯୋଡ଼ାଯାଇଛି। ନୂଆ ଭୋଟରଙ୍କ ପାଇଁ ଏସ୍ଆଇଆରରେ କୌଣସି ଅସୁବିଧା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର କୌଣସି ରାଜ୍ୟର CEOଙ୍କ ବିରୋଧରେ ଯାଇ ଏକପାଖିଆ ଭାବେ ନିଷ୍ପତ୍ତି ନେଇନାହାନ୍ତି। ସମସ୍ତଙ୍କ ସହଯୋଗରେ ଏହି ପ୍ରକ୍ରିୟା ଚାଲିଛି।ଓଡ଼ିଶାରେ SIRର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦.୧୩ ଲକ୍ଷ ଭୋଟରଙ୍କ ନାଁ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିଲା। ଏଥିରେ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଏକାଧିକ ସ୍ଥାନରେ ପଞ୍ଜୀକୃତ ଭୋଟର ଥିବା ନିର୍ବାଚନ ଅଧିକାରୀମାନେ କହିଥିଲେ।

ଏସ୍ଆଇଆରକୁ ନେଇ ଅଯଥା ଇସ୍ୟୁ କରାଯାଉଥିବା ଅଭିଯୋଗ କରି, ଦେଶରେ ଅରାଜକତା ସୃଷ୍ଟି ପାଇଁ କଂଗ୍ରେସ ଚକ୍ରାନ୍ତ କରୁଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। କଂଗ୍ରେସ ଆଉ ଶାସନକୁ ଫେରିପାରିବ ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିବା ସହ ବିରୋଧୀଙ୍କ ପକ୍ଷରୁ ଏସ୍ଆଇଆର ନେଇ ଆସୁଥିବା ଅଭିଯୋଗକୁ ସେ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

 

Leave A Reply

Your email address will not be published.