Latest Odisha News

BREAKING NEWS

ବନ୍ୟା ସ୍ଥିତି ପାଇଁ ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସବୁ ସ୍କୁଲ ଛୁଟି

ଭଦ୍ରକ: ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । ଭଦ୍ରକର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଲକରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା ବେଳେ ଜଗତସିଂହପୁରର ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୨୫ଟି ସ୍କୁଲକୁ ଛୁଟି ଘୋଷଣା କରିଛି ପ୍ରଶାସନ ।

ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଗାଁ ଜଳବନ୍ଦୀ ଥିବା ବେଳେ ରାସ୍ତା ଉପରେ ପାଣି ଚାଲୁଛି । ଆଖୁଆପଦା ଆନିକଟଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ରହିଛି ୧୮.୪୫ ମିଟର । ବନ୍ୟା ସ୍ଥିତି ମୁକାବିଲା ଲାଗି NDRF ଟିମ୍ ମୁତୟନ ରହିଛି । ସେପଟେ ଭଦ୍ରକରୁ ଆରଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି। ଧୂସୁରି , ଅସୁରାଳି , କସିମପୁର , ହାସ୍ନାବାଦ , ପଙ୍ଗଟା , ଫଳପୁର ଆଦି ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି । ଅସୁରାଳ ବଜାର ଉପରେ ୩ ଫୁଟ୍‌ର ବନ୍ୟା ଜଳ ପ୍ରଭାବିତ ହେଉଛି।

Leave A Reply

Your email address will not be published.