Latest Odisha News

‘ଆସନ୍ତା ୩ ସପ୍ତାହରେ ୧୬,୦୧୦ ଶିକ୍ଷକଙ୍କୁ ନିଯୁକ୍ତି’

ଭୁବନେଶ୍ବର: ଶିକ୍ଷକଙ୍କ ଅଭାବ ପୂରଣ ପାଇଁ ରାଜ୍ୟରେ ୨୭ ହଜାର ୧୯୭ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ଆଗାମୀ ୩ ସପ୍ତାହ ଭିତରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଏନେଇ ଆଜି ଗୁରୁ ଦିବସରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହା ସହିତ ପୂର୍ବ ୫-ଟି ଯୋଜନାକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ପୂର୍ବ ସରକାର ଯେଉଁ ୫-ଟି କରିଥିଲେ ତାହା ସଫଳ ହୋଇନାହିଁ । ପିଲାମାନେ ସେହି ସ୍କୁଲରେ ପାଠ ପଢିଲେ ସତ ହେଲେ ସେମାନଙ୍କୁ ହରଣ ଗୁଣନ ଆସିଲା ନାହିଁ । ହେଲେ ଆମ ସରକାର ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ହାଇସ୍କୁଲ ସ୍ମାର୍ଟ ନୁହେଁ ପ୍ରାଥମିକ ସ୍ତରରେ ସ୍କୁଲ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ।

Comments are closed.