Latest Odisha News

ଗ୍ୟାସ ଲିକ ଘଟଣାରେ ମର୍ମାହତ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭାଇଜାଗ ଗ୍ୟାସ୍ ଲିକ ଘଟଣାରେ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୫ହଜାର ଅସୁସ୍ଥ ହୋଇଛନ୍ତି । ପଡୋଶୀ ରାଜ୍ୟରେ ଘଟିଥିବା ଏଭଳି ଦୁଃଖଦ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାରେ ସେ ମର୍ମାହତ । ଖବର ଶୁଣିବା ପରେ ସେ ସ୍ତବ୍ଧ ହୋଇଯାଇଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅସୁସ୍ଥଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.