Latest Odisha News

BREAKING NEWS

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ ହେଲା କେନ୍ଦ୍ରାପଡା

କେନ୍ଦ୍ରାପଡା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା କେନ୍ଦ୍ରାପଡା ଜିଲ୍ଲା । ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡାର ୩ ଲକ୍ଷ ପରିବାର ଏହି ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଉପକୃତ ହେବେ । ଏହା ସହ କେନ୍ଦ୍ରାପଡା ବାସୀଙ୍କୁ ୧୮୫୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭେଟ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି ବିଜୁ ବାବୁଙ୍କ କର୍ମଭୂମି ଥିଲା କେନ୍ଦ୍ରାପଡା । କେନ୍ଦ୍ରାପଡାକୁ ବିକାଶର ପଥରେ ଆଗୋଇ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟରେ ୯୬ ଲକ୍ଷ ପରିବାରକୁ ସ୍ମାର୍ଟ ହେଲଥ କାର୍ଡ ଦିଆଯିବ ।ଏହି ସ୍ମାର୍ଟ କାଣ୍ଡ ଖଣ୍ଡିଏ ଧରି ୨୦୦ ଟି ବଡ ବଡ ହସ୍ପିଟାଲରେ ହିତାଧିକାରୀ ମାନେ ମାଗଣାରେ ଚିକିତ୍ସା ପାଇପାରିବେ ।

ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସୁବିଧା ଯୋଗାଇଦେବେ ସରକାର । ଏଭଳି ସୁବିଧା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଅର୍ଥ ଅଭାବରୁ ହିତାଧିକାରୀ ମାନେ ଯେପରି ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ଦିଆଯାଉଛି ।

 

Leave A Reply

Your email address will not be published.