Latest Odisha News

BREAKING NEWS

ବିଶିଷ୍ଟ ଡାକ୍ତର ସନାତନ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଡାକ୍ତର ସନାତନ ରଥଙ୍କ ଆଜି ପରଲୋକ ଘଟିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ନ୍ୟୁରୋସର୍ଜନ ଭାବେ ଡାକ୍ତର ରଥ ବେଶ ଜଣାଶୁଣା ଥିଲେ । ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ମନେରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଶିଷ୍ଟ ନ୍ୟୁରୋସର୍ଜନଙ୍କ ପ୍ରଫେସର ସନାତନ ରଥଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କ ମୃତ୍ୟୁ ଖବର ଶୁଣି ବେଶ୍ ମର୍ମାହତ । ରାଜ୍ୟର ନ୍ୟୁରୋ ସର୍ଜରୀ କ୍ଷେତ୍ରରେ ରୋଗୀଙ୍କୁ ସେବା ଓ ଆରୋଗ୍ୟ କରିବାରେ ସନାତନ ରଥ ବଡ ଭୂମିକା ନେଇଥିଲେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଏଥିସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ ଡାକ୍ତର ସନାତନ ରଥଙ୍କ ୮୭ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.