Latest Odisha News

BREAKING NEWS

କରୋନା ଟିକା ଅଗ୍ରଗତି ସମ୍ପର୍କରେ ନବୀନ-ପୁନାୱାଲା ଆଲୋଚନା

ଭୁବନେଶ୍ୱର: ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ କୋଭିଡ ଟିକା ଅଗ୍ରଗତି ବିଷୟରେ ଦୁହେଁ ଆଲୋଚନା କରିଛନ୍ତି । ଅକ୍ସଫୋର୍ଡ ୟୁନିଭରସିଟି ସହ ମିଳିତ ସହଭାଗିତାରେ କୋଭିଡ ଟିକା ବିକାଶିତ କରୁଛି ସେରମ ଇନ୍‌ଷ୍ଟିଚ୍ୟୁଟ ।

ଆବଶ୍ୟକ କ୍ଲିୟରାନ୍ସ ମିଳିବା ପରେ ଟୀକାକରଣ ପାଇଁ ଓଡିଶାକୁ ପ୍ରାଥମିକତା ଦେବାକୁ ଆଦାର ପୁନାୱାଲାଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଭ୍ୟାକ୍ସିନକୁ ଅନୁମତି ମିଳିବା ପରେ ଓଡ଼ିଶାକୁ ଶୀଘ୍ର ପହଞ୍ଚାଇବେ । ଏଦିଗରେ ସେରମ୍ ଇନଷ୍ଟିଚ୍ୟୁଟ ସହ ରାଜ୍ୟ ସରକାର ଯୋଗାଯୋଗରେ ରହିବେ ।

ସେହିପରି ପୁନାଓ୍ୱାଲାଙ୍କ ଦ୍ୱାରା ଜାରି ରହିଥିବା ଜନହିତକର କାାର୍ଯ୍ୟ ଓ କୋଭିଡ୍ ଟିକା ବିକଶିତ କରିବା ଦିଗରେ ବିଶ୍ୱର ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ସହ ଚଳାଇଥିବା ବିଚାରବିମର୍ଶକୁ ପ୍ରଶଂସା କରିଛନ୍ତି ନବୀନ ।
କରୋନା ଟିକାର ଅଗ୍ରଗତି ଓ ଲାନସେଟରେ ପ୍ରକାଶିତ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ପୁନାୱାଲା । ଏହି ଅବସରରେ ପୁନାୱାଲା କହିଥିଲେ, କୋରୋନା ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ରୀକ୍ଷଣ ସରିଛି । ଅଗଷ୍ଟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍ । ଚଳିତବର୍ଷ ଅକ୍ଟୋବର-ନଭେମ୍ବର ସୁଦ୍ଧା ଟିକା ଆସିବା ନେଇ ଆଶାବାଦୀ ଥିବା କହିଛନ୍ତି ଆଦର ପୁନାୱାଲା ।

ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5T ସଚିବ ଭି. କେ. ପାଣ୍ଡିୟାନ୍, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.