Latest Odisha News

କରୋନା ପାଇଁ କମିବ ସିଲାବସ୍‌, ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମତି

ଭୁୁବନେଶ୍ୱର: କରୋନା ମହାମାରୀ ପାଇଁ ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ସିଲାବସ୍ ହ୍ରାସ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିସାରିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେ ପ୍ରତିଶତ ସିଲାବସ୍ କମିବ ସେନେଇ ଯଥେଷ୍ଟ ଆଗରୁ ଛାତ୍ରଛାତ୍ରୀଙ୍କୁ ଜଣାଇଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ କେବେ ସ୍କୁଲ ଖୋଲିବ ତାହା ଏଯାଏ ସ୍ଥିର ହୋଇପାରୁନାହିଁ । ଅଗଷ୍ଟ ୧ ରୁ ୧୦ ତାରିଖ ମଧ୍ୟରେ ବିଶେଷଜ୍ଞ କମିଟି ଏହା ଉପରେ ନିଷ୍ପତ୍ତି ନେବେ । ସେହିପରି ଯୁକ୍ତ ଦୁଇ ଲାଗି କାଉନସିଲ ନିଷ୍ପତ୍ତି ନେବ । ଶିକ୍ଷାନୁଷ୍ଠାନ ଖୋଲିବା ପରେ ଶିକ୍ଷା ବର୍ଷର କେତେ ଦିନ ବାକି ଅଛି ତାରି ଆଧାରରେ ଏକ୍ସପର୍ଟ କମଟି ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.