Latest Odisha News

BREAKING NEWS

ପାଞ୍ଚ ମାସ ପରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ମହାମାରୀ ଓ ପରବର୍ତ୍ତୀ ଲକଡାଉନ ଯୋଗୁ ପାଞ୍ଚ ମାସ ପରେ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି । ମାର୍ଚ୍ଚ ମାସ ପରେ ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସର୍ବସାଧାରଣ କାର୍ଯ୍ୟକ୍ରମ।

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସ୍ଥଳରେ ପହଞ୍ଚାଇଥିଲେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଚଳାଇ ସମାରୋହ ସ୍ଥଳକୁ ଆଣିଥିଲେ ଫାଇଭ୍ ଟି ସଚିବ ।
ଜୁଲାଇରେ ରଥଯାତ୍ରାରେ ଭୁବନେଶ୍ୱର ଲୋକସେବା ଭବନରେ ତାଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନଚେତ୍ ସେ ନିଜକୁ ନବୀନ ନିବାସ ମଧ୍ୟରେ ସୀମିତ ରହିବା ସହ ସେଠାରୁ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିଲେ । ଭିଡିଓ କନଫରେନ୍ସିଂରେ କୋଭିଡ୍ ସ୍ଥିତି ସମୀକ୍ଷା ସହ ସମସ୍ତ ସରକାରୀ କାର୍ଯ୍ୟକ୍ରମର ଉଦଘାଟନ ଓ ଶୁଭାରମ୍ଭ କରୁଥିଲେ ।

Leave A Reply

Your email address will not be published.