Latest Odisha News

BREAKING NEWS

ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ୪୭ ହଜାର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ମିଶନ ୫୦ ହଜାର କୋଭିଡ୍ ଟେଷ୍ଟିଂ ଲକ୍ଷ୍ୟରେ ବଢୁଛି ଓଡ଼ିଶା । ଏବେ ଦୈନିକ ୪୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି । ଗତ ୨୪ ଘଣ୍ଟାରେ ରେକର୍ଡ ୪୭ ହଜାର ୮୮୭ ଟେଷ୍ଟ କରାଯାଇଛି ।

ଗତ ୨୪ ଘଣ୍ଟାରେ ୪୦ ହଜାର ୭୬୧ ଆଣ୍ଟିଜେନ୍ ଓ ୭ ହଜାର ଆରଟିପିସିଆର ପରୀକ୍ଷା ହୋଇଛି । ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୫୫ ହଜାର ୭୫୨ କୋଭିଡ୍ ଟେଷ୍ଟ କରା ଗଲାଣି ।

ଗତ ପାଞ୍ଚ ଦିନରେ ରାଜ୍ୟରେ ପାଖାପାଖି ୧ ଲକ୍ଷ ୮୦ ହଜାର କୋଭିଡ୍ ଟେଷ୍ଟ କରାଗଲାଣି । ଗତକାଲି ୪୨ ହଜାର ୭୪୧, ତାପୂର୍ବତନ ୪୦ ହଜାରରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଦୈନିକ ୫୦ ହଜାରରୁ ଲକ୍ଷେ ନମୁନା ପରୀକ୍ଷା କରିବା । ଦେଶରେ ଅଧିକ ଟେଷ୍ଟ କରାଯାଉଥିବା ରାଜ୍ୟ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା ।

Leave A Reply

Your email address will not be published.