ଭୁବନେଶ୍ୱର: ଏବେ ଦେଶର ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା। ଏନେଇ ଆଜି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯାହା ପରେ ଏଭଳି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Every life is precious. No one is safe until every one is vaccinated. As a nation we stand united in this fight against #Covid19 pandemic. Thank PM Shri @narendramodi ji for making vaccination a national mission. #JaiHind
— Naveen Patnaik (@Naveen_Odisha) June 7, 2021
ସେ ଲେଖିଛନ୍ତି ଯେ, “ସମସ୍ତଙ୍କ ଜୀବନ ମୂଲ୍ୟବାନ। ଯେ ପର୍ଯ୍ୟନ୍ତ ସମସ୍ତେ ଟିକା ନେଇନାହାନ୍ତି, ସେ ଯାଏଁ କହି ସୁରକ୍ଷିତ ନୁହେଁ”।
ଆଜି ୫ଟାରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ସେ ସମସ୍ତ ରାଜ୍ୟ ସରକାରଙ୍କ ଦାବିକୁ ପୂରା କରିଛନ୍ତି।
ଦିପାବଳୀ ପର୍ଯ୍ୟନ୍ତ ୮୦ କୋଟି ଗରିବଙ୍କୁ ପାଇଁ ମାଗଣା ରାସନ ଯୋଗାଇଦେବାକୁ କହିବା ସହ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।
Comments are closed.