Latest Odisha News

BREAKING NEWS

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟୁଛନ୍ତି ନବୀନ

ନୂଆଦିଲ୍ଲୀ: ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ୫ମ ଥର ଲାଗି ଓଡ଼ିଶାର ଶାସନଭାର ଗ୍ରହଣ କରିଛନ୍ତି ଏବଂ ନରେନ୍ଦ୍ର ମୋଦୀ ୨ୟଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଦୁଇନେତା ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ପ୍ରଥମଥର ଲାଗି ସାକ୍ଷାତ ଆଲୋଚନା କରିବାକୁ ଯାଉଛନ୍ତି ।

ନବୀନ ଏହି ସାକ୍ଷାତ ସମୟରେ ରାଜ୍ୟର ସ୍ୱାର୍ଥଲାଗି ଏକ ସ୍ମାରକପତ୍ର ମୋଦୀଙ୍କୁ ପ୍ରଦାନ କରିବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓଡ଼ିଶା ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବା ଯୋଗୁଁ ଏଥିଲାଗି ସହାୟତା ସମ୍ପର୍କରେ ସେ ମୋଦୀଙ୍କୁ ଅବଗତ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି ।

ଏହାବ୍ୟତୀତ, ଲୋକସଭାର ଉପ-ବାଚସ୍ପତି ପଦବୀ ଲାଗି ବିଜୁ ଜନତା ଦଳର ଆଭିମୁଖ୍ୟ ସମ୍ପର୍କରେ ମୋଦୀଙ୍କ ସହିତ ଆଲୋଚନା କରିପାରନ୍ତି ବୋଲି ରାଜନୈତିକ ବିଶାରଦମାନେ ଆଶା କରିଛନ୍ତି ।

Leave A Reply

Your email address will not be published.