Latest Odisha News

ୟୁପିଏସ୍‌ସିରେ ସଫଳ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି ୨୦୧୯ର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଟପ ୧୦ ଲିଷ୍ଟରେ ଥିବା ଓଡ଼ିଶାର ୨ଜଣ ଓ ସଫଳ ପରିକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ମଧ୍ୟ କରିଛନ୍ତି ନବୀନ । ଏହାସହ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଭାବରେ କାର‌୍ୟ୍ୟ କରିବାକୁ ସେ ଆହ୍ୱାନ କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ୟୁପିଏସ୍‌ସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଓଡ଼ିଶାର ସମସ୍ତ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଟପ୍‌-୧୦ରେ ଥିବା ଓଡ଼ିଶାର ୨ ପରୀକ୍ଷାର୍ଥୀ ଅଭିଷେକ ସରାଫ ଓ ସଂଜିତା ମହାପାତ୍ରଙ୍କ ପ୍ରଶଂସା କରିଛନ୍ତି । ଏହା ପ୍ରକୃତରେ ଏକ ଗର୍ବର ମୁହୂର୍ତ୍ତ । ତୃଣମୂଳ ସ୍ତରରେ ବିକାଶ ଏବଂ ଏକ ଉନ୍ନତ ତଥା ଶକ୍ତିଶାଳୀ ଭାରତ ଗଢ଼ିବାରେ ସେମାନଙ୍କୁ ଅଶେଷ ସଫଳତା କମନା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି ।

Leave A Reply

Your email address will not be published.