Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ମହାରାଷ୍ଟ୍ର ସରକାରଙ୍କୁ ତଦନ୍ତ ରିପୋର୍ଟ ମାଗିବ କେନ୍ଦ୍ର ସରକାର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ମହାରାଷ୍ଟ୍ର ଓ ବିହାର ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି । ତାଜା ରିପୋର୍ଟ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁଶାନ୍ତ କେସର ରିପୋର୍ଟ ମହାରାଷ୍ଟ୍ର ସରକାରକୁ ମାଗିପାରେ । ତେବେ ଏଥିନେଇ କୌଣସି ଔପଚାରିକ ଘୋଷଣା ହୋଇ ନାହିଁ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁମ୍ବାଇରେ ବିହାର ପୋଲିସର ଆଚରଣରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଗୃହ ମନ୍ତ୍ରଣାଳୟକୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ।

ସୁଶାନ୍ତ ମାମଲାରେ ବିହାର ପୋଲିସ ଦ୍ୱାରା କରାଯାଇଥିବା ଯାଞ୍ଚର ନେତୃତ୍ୱ ନେବାକୁ ମୁମ୍ବାଇରେ ପହଞ୍ଚିଥିବା ପାଟନା ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ ବିଏମସି ଦ୍ୱାରା ଜବରଦସ୍ତ କ୍ୱାରେଂଟାଇନରେ ରଖାଯାଇଛି । ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ କ୍ରମେ ପାଟନାରେ ପୋଲିସ ରିୟା ଚକ୍ରବର୍ତିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା । ବିହାର ପୋଲିସର ଏକ ଟିମ୍ ଯାଞ୍ଚ ପାଇଁ ମୁମ୍ବାଇ ଯାଇଥିଲା ।

Leave A Reply

Your email address will not be published.