Latest Odisha News

BREAKING NEWS

ପୁସ୍ତକ ‘ଗଜପତି’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ଅଶୋକ ବଳଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଗଜପତି’ ଏ କିଙ୍ଗ ଓ୍ୱିଥ୍ ଆଉଟ୍ କିଙ୍ଗଡମ୍ ପୁସ୍ତକର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ସୂର୍ଯ୍ୟବଂଶୀ ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ଗଜପତିଙ୍କ ଇତିହାସ ସମ୍ପର୍କରେ ଲେଖାଯାଇଛି ।

BjdElectrycity

ଗଙ୍ଗ ବଂଶ ରାଜାଙ୍କ ପରେ ମହାରାଜ କପିଳେନ୍ଦ୍ର ଦେବ ପ୍ରଥମ ମହାରାଜ ଭାବେ ଗଜପତି ଉପାଧିରେ ଭୂଷିତ ହୋଇଥିଲେ । ଏବଂ ତାଙ୍କ ଉତ୍ତରାଧିକାରୀମାନେ ଗଜପତି ଭାବେ ସମ୍ୱୋଧିତ ହେଉଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇଆସୁଛି । ଏହି ପୁସ୍ତକରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ବିବେଚିତ ଗଜପତି ମହାରାଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ସମ୍ପର୍କରେ ଉଲ୍ଲେଖ ରହିଛି ।

କପିଳେନ୍ଦ୍ର ଦେବଙ୍କ ସମୟରେ ଓଡ଼ିଶା ଗଙ୍ଗା ଠାରୁ କାବେରୀ ନଦୀ ଯାଏଁ ଲମ୍ୱିଥିଲା । ଏଣୁ ଗଜପତିଙ୍କ ଏହି ପୂର୍ବ ଇତିହାସ ସମ୍ପର୍କରେ ଲୋକେ ଜାଣିବା ଆବଶ୍ୟକ । ରାଜ୍ୟର ଏହି ସମ୍ପୃଦ୍ଧ ଇତିହାସ ସମ୍ପର୍କରେ ଛାତ୍ର ଏବଂ ଶିକ୍ଷକ ଓ ସାଧାରଣ ଜନତା ମଧ୍ୟ ଜାଣିବା ଆବଶ୍ୟକ ।

Leave A Reply

Your email address will not be published.