Latest Odisha News

BREAKING NEWS

ଚେନ୍ନାଇ ଟିମର ସଦସ୍ୟ ହୋଇପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ !

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କ ନିକଟରେ ଆଇପିଏଲ ଖେଳିବା ସୁଯୋଗ ଉପନୀତ ହୋଇଛି । ବିଜୟ ହଜାରେରେ ଓଡିଶାର ନେତୃତ୍ୱ ନେଇଥିବା ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଟ୍ରାଏଲ ପାଇଁ ଡକାଯାଇଛି । ବିଜୟ ହଜାରେ ଟ୍ରଫିରେ ସେ ୮୧, ୭୧ ନଟଆଉଟ ଓ ଆନ୍ଧ୍ରପ୍ରଦେଶ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ତାଙ୍କ ପ୍ରଦର୍ଶନ ଟି୨୦ ଫର୍ମାଟକୁ ସୁହାଉଥିବାରୁ ଚେନ୍ନାଇ ପକ୍ଷରୁ ଡକାରା ଆସିଛି । ସେଠାରେ ସେ ଭଲ ପ୍ରଦର୍ଶନ କଲେ ଆଇପିଏଲ ଖେଳିବା ସୁବର୍ଣ୍ଣ ସୁଯୋଗ ହାସଲ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.