ଭୁବନେଶ୍ବର: ବ୍ରାଉନସୁଗାର ହବ୍ ପାଲଟିଛି ଓଡ଼ିଶା । ଏନେଇ ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୫୯୨୦ଟି ମାମଲାରେ ଗିରଫ ହୋଇଛନ୍ତି ୭୨୮୯ ଜଣ । ସେହିଭଳି ୪୪୩୬.୭୬ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି ।
ଅନ୍ୟପଟେ ରାଜ୍ୟରେ ୩ ବର୍ଷ ମଧ୍ୟରେ କିଡନୀ ରୋଗରେ ଗଲାଣି ୪୮୫୭ ଜଣଙ୍କ ଜୀବନ । ୧୫,୭୫୨ କିଡନୀ ରୋଗୀରୁ ୧୦,୮୫୯ ରୋଗୀ ଚିକିତ୍ସିତ ହେଉଛନ୍ତି । ୬୮ ଚିକିତ୍ସା କେନ୍ଦ୍ରରେ ୫୧୧ଟି ଡାଇଲିସିସ୍ ଶଯ୍ୟାର ବ୍ୟବସ୍ଥା ରହିଥିବା ନେଇ ସୋମବାର ଗୃହରେ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।