Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୪୬୪ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ସଂକ୍ରମଣ ଭଳି ଆରୋଗ୍ୟ ହାରରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଜି ରାଜ୍ୟରୁ ଆଉ ୩ ହଜାର ୪୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୬୨ ହଜାର ୯୩୧କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୨୬ ଜଣ, ନୂଆପଡ଼ାରୁ ୩୪୦ ଜଣ, ଝାରସୁଗୁଡ଼ାରୁ ୨୩୮ ଜଣ, କେନ୍ଦୁଝରରୁ ୧୯୯ ଜଣ, ସମ୍ବଲପୁରରୁ ୧୫୩ ଜଣ, କଟକରୁ ୧୫୨ ଜଣ, ବରଗଡ଼ରୁ ୧୪୦ ଜଣ, ପୁରୀରୁ ୧୨୮ ଜଣ, ନବରଙ୍ଗପୁରରୁ ୯୭ ଜଣ, ବଲାଙ୍ଗିରରୁ ୮୭ ଜଣ, ବାଲେଶ୍ୱରରୁ ୮୪ ଜଣ, ମୟୂରଭଞ୍ଜରୁ ୬୯ ଜଣ, ରାୟଗଡ଼ାରୁ ୬୨ ଜଣ, ଗଞ୍ଜାମରୁ ୫୯ ଜଣ, ଗଜପତିରୁ ୫୮ ଜଣ, ଦେବଗଡ଼ ଓ କଳାହାଣ୍ଡିରୁ ୫୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିଭଳି ଭଦ୍ରକରୁ ୫୩ ଜଣ, ଅନୁଗୁଳରୁ ୪୯ ଜଣ, ଯାଜପୁରରୁ ୪୧ ଜଣ, ନୟାଗଡ଼ରୁ ୩୩ ଜଣ, ଜଗତସିଂହପୁରରୁ ୩୦ ଜଣ, କୋରାପୁଟରୁ ୨୪ ଜଣ, ସୋନପୁରରୁ ୨୪ ଜଣ, କେନ୍ଦ୍ରାପଡ଼ାରୁ ୨୨ ଜଣ, ଢେଙ୍କାନାଳରୁ ୧୫ ଜଣ, କନ୍ଧମାଳରୁ ୧୦ ଜଣ, ମାଲକାନଗିରିରୁ ୪ ଜଣ ଏବଂ ଷ୍ଟେଟ ପୁଲରୁ ୧୧୮ ଜଣ କରୋନାକୁ ମାତ୍ ଦେଇ ଆରୋଗ୍ୟ ହୋଇଛନ୍ତି ।

Leave A Reply

Your email address will not be published.