Latest Odisha News

BREAKING NEWS

ରହସ୍ୟମୟ ଏହି ପୁସ୍ତକ: ଯାହାର ଓଜନ ୮୫ କିଲୋ, ପଢୁ ପଢୁ ଲୋକେ ହୋଇଯାଆନ୍ତି ପାଗଳ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପୁସ୍ତକ ଓ ଗ୍ରନ୍ଥ ରହିଛି । ସେଥିମଧ୍ୟରୁ ଆପଣମାନେ ଅନେକ ପ୍ରକାରର ପୁସ୍ତକ ମଧ୍ୟ ପଢିଥିବେ । କିନ୍ତୁ କେବେ ଆପଣ ଦୁନିଆର ସବୁଠାରୁ ଭୟଙ୍କର ପୁସ୍ତକ ପଢିଛନ୍ତି କି? ଏବେ ମଧ୍ୟ ରହସ୍ୟଘେରରେ ଏହି ୭୦୦ ବର୍ଷ ପୁରୁଣା ପୁସ୍ତକ । କୁହାଯାଏ କି ଏହା ସୈତାନମାନଙ୍କର ସବୁଠାରୁ ବଡ ପୁସ୍ତକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପୁସ୍ତକ ପାଖରେ ଆଜି ପର୍ଯ୍ୟନ୍ତ ଯିଏ ମଧ୍ୟ ପହଞ୍ଚିବାକୁ ଚେଷ୍ଟା କରିଛି ବା ପହଞ୍ଚି ଏହି ପୁସ୍ତକକୁ ପଢିବାକୁ ଚେଷ୍ଟା କରିଛି ସେ ସମ୍ପୁର୍ଣ୍ଣ ଭାବରେ ପାଗଳ ହୋଇଯାଇଛି କିମ୍ବା ତାର ମୃତ୍ୟୁ ହୋଇଯାଇଛି ।

କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଅନୁସାରେ, ଏହା ଏପରି ଏକ ପୁସ୍ତକ ଯେଉଁଥିରେ ଲେଖାହୋଇଥିବା ଶବ୍ଦ ପଢିବାକ୍ଷଣି ତାହା ବହିର ଅକ୍ଷରଗୁଡ଼ିକ ନିଆଁ ପିଣ୍ଡୁଳା ସଦୃଶ୍ୟ ପବନରେ ଭାସିବା ପରି ଦେଖାଗଲା । ସେଥିପାଇଁ ଏହି ପୁସ୍ତକକୁ ‘ସୈତାନର ବାଇବେଲ’ ନାମରେ ନାମିତ କରାଗଲା କାରଣ ଏହାକୁ କୌଣସି ଦୈବୀ ଶକ୍ତି ନୁହେଁ ବରଂ ସଇତାନ ଶକ୍ତି ଦ୍ୱାରା ଲେଖାଯାଇଥିଲା । ତେବେ ଏହି ପୁସ୍ତକର ପ୍ରକୃତ ନାମ ହେଉଛି କୋଡେକ୍ସ ଗିଗା । ଏହି ପୁସ୍ତକର ପ୍ରଥମ ପୃଷ୍ଠାରେ ହିଁ ଏକ ସୈତାନର ଚିତ୍ରଣ ହୋଇଛି । ଏହି ପୁସ୍ତକଟି ପ୍ରଥମେ ୩୨୦ ପୃଷ୍ଠା ବିଶିଷ୍ଠ ଥିଲା କିନ୍ତୁ ଏହି ପୁସ୍ତକରେ ବର୍ତ୍ତମାନ ୩୧୦ଟି ପୃଷ୍ଠା ରହିଛି । ତେବେ ବାକି ୧୦ ପୃଷ୍ଠା କେଉଁଆଡେ ଗଲା ତାହା ଏବେ ମଧ୍ୟ ରହସ୍ୟ ଘେରରେ । ଏହି ବହିଟିର ଲମ୍ବ ୩୬ ଇଞ୍ଚ ଓ ଓସାର ୨୦ ଇଞ୍ଚ । ଏହି ପୁସ୍ତକଟିର ଓଜନ ୮୫ କିଲୋ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ୮୫ କିଲୋର ୩୨୦ ପୃଷ୍ଠା ବିଶିଷ୍ଠ ଏହି ପୁସ୍ତକଟିକୁ ଲେଖିବାପାଇଁ ଲାଗିଥିଲା ମାତ୍ର ଗୋଟିଏ ରାତି ।

ଏହି ପୁସ୍ତକର ପ୍ରଥମ ପୃଷ୍ଠାରେ ତଳକୁ ନଇଁକି ବସିଥିବା ଏକ ୧୯ ଇଞ୍ଚର ଏକ ସୈତାନର ଚିତ୍ର ଅଛି । ଯାହାର ମୁହଁ ସାମ୍ନା ପଟକୁ ରହିଥିବା ବେଳେ ତାର ୨ଟି ସିଘଂ, ହାତ ଓ ଗୋଡ ରହିଛି । କିନ୍ତୁ ସେ ସବୁ ଲାଲ ରଙ୍ଗର ରହିଛି । ସେ ଏକ କପଡା ମଧ୍ୟ ପିନ୍ଧିଛି ଯାହା କି ‘ପ୍ରିନ୍ସ ଅଫ ଡାର୍କନେସ’ର ପ୍ରତିକ ଅଟେ । ଏବେ ପ୍ରଶ୍ନ କି ଏହି ପୁସ୍ତକର ରଚୟିତା କିଏ ? କିଛି ଲୋକଙ୍କ କହିବା ଅନୁସାରେ ଏହି ପୁସ୍ତକଟିର କାହାଣୀ ୧୩ ଶତାବ୍ଦୀରୁ ଆରମ୍ଭ ହୋଇଛି । ସେତେବେଳେ  ଜଣେ ମଙ୍କ୍ ନିହ ରାଜ୍ୟର ନିୟମକୁ ଭାଙ୍ଗିବାରୁ ତାଙ୍କୁ କାନ୍ଥରେ ପୋତାଯିବାକୁ ରାଜାଙ୍କ ତରଫରୁ ଆଦେଶ ମିଳିଥିଲା । କିନ୍ତୁ ସେ ଏହି ମୃତ୍ୟୁରୁ ବଞ୍ଚିବା ପାଇଁ ରାଜାଙ୍କୁ ଏକ ପ୍ରସ୍ତାନ ଦେଇଥିଲେ । ପ୍ରସ୍ତାବ ଅନୁସାରେ ଯଦି ରାଜା ତାଙ୍କୁ ଛାଡିଦିଅନ୍ତି ତେବେ ସେ ଗୋଟିଏ ରାତିରେ ଏକ ଏପରି ପୁସ୍ତକ ଲେଖିକି ରାଜାଙ୍କୁ ଦେବେ ଯେଉଁଥିରେ ଦୁନିଆରେ ସବୁ ଜ୍ଞାନ ଥିବ । ତାହାଦ୍ଵାରା ରାଜ୍ୟର ଉନ୍ନତି ମଧ୍ୟ ହେବ । ଏହି କଥାରେ ରାଜା ରାଜି ହୋଇ ତାଙ୍କୁ ଗୋଟେ ଅନ୍ଧାର କୋଠରୀରେ ଗୋଟେ ରାତି ବନ୍ଦ କରି ରଖିଲେ । କିନ୍ତୁ ରାଜାଙ୍କୁ ସିନା କହିଦେଲି କିନ୍ତୁ ଗୋଟେ ରାତିରେ କଣ ଲେଖିବି ଭାବି ଚିନ୍ତାରେ ପଡିଗଲେ ଲୋକ ଜଣଙ୍କ । ଏହାପରେ ସେ ସୈତାନ ମାନଙ୍କର ରାଜା ଲୁସିଫରଙ୍କୁ ପାର୍ଥନା କଲେ ଏବଂ ତାଙ୍କୁ ସାହାର୍ଯ୍ୟ ମାଗିଲେ । ପ୍ରତିବଦଳରେ ସେ ତାଙ୍କୁ ନିଜ ଆତ୍ମା ଦେଇଦେବେ ବୋଲି କହିଲେ । ଏଥିରେ ଲୁସିଫର ରାଜି ହୋଇ ଗୋଟେ ରାତିରେ ପୁସ୍ତକଟିକୁ ଲେଖିଦେଲେ ।

ବୈଜ୍ଞାନିକଙ୍କ ମତରେ ଏହି ପୁସ୍ତକଟି ୧୬୦ଟି ଗଧଙ୍କ ଚମଡାରେ ତିଆରି ହୋଇଛି । ଏହି ପୁସ୍ତକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟକଟି ଶବ୍ଦ ଗୋଟେ ଶୈଳିରେ ଲେଖାହୋଇଛି । ତେବେ ଏହି ପୁସ୍ତକ ଲେଖାଯିବା ପଛରେ କିଛି ରହସ୍ୟ ରହିଛି ବୋଲି କିଛି ବୈଜ୍ଞାନିକ ମତ ଦିଅନ୍ତି । ବର୍ତ୍ତମାନ ଏହି ପୁସ୍ତକ ଚେକ୍ ରିପବ୍ଲିକର ନ୍ୟାସନାଲ ଲାଇବ୍ରେରୀରେ ରହିଛି । ଏବେ ମଧ୍ୟ ବୈଜ୍ଞାନିକ ମାନେ ଏହି ପୁସ୍ତକର ରହସ୍ୟକୁ ଖୋଜିବାକୁ ଏଠାକୁ ଆସିଥାନ୍ତି ।

Leave A Reply

Your email address will not be published.