Latest Odisha News

BREAKING NEWS

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ସିଏନଜି ଓ ପିଏନଜି

ନୂଆଦିଲ୍ଲୀ: ସିଏନଜି ଏବଂ ପିଏନଜି ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସିଏନଜି ଓ ପିଏନଜି। ମହାନଗର ଗ୍ୟାସ ଲିମିଟେଡ୍ ସିଏନଜି ଏବଂ ପିଏନଜିର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ମଧ୍ୟରାତ୍ରିରୁ ଏହି ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି। ମହାନଗର ଗ୍ୟାସ ଲିମିଟେଡ୍ (MGL) ସୋମବାର ମୁମ୍ବାଇ ଏବଂ ଏହାର ଆଖପାଖ ପୌରସଂସ୍ଥାଗୁଡ଼ିକରେ ସିଏନଜି(CNG) ଏବଂ ପାଇପ୍ ପ୍ରାକୃତିକ ଗ୍ୟାସ୍ (PNG)ର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି। ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୩ ଟଙ୍କା ହ୍ରାସ ପାଇଥିବାବେଳେ ପିଏନଜି ମୂଲ୍ୟ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର (ଏସସିଏମ) କୁ ୨ ଟଙ୍କା ହ୍ରାସ କରାଯାଇଛି।

ଏହି ରିହାତି ପରେ MGL ଗ୍ରାହକମାନେ କେଜି ପିଛା ୭୬ ଟଙ୍କା ସିଏନଜି ପାଇବେ, ପିଏନଜି ୪୭ ଟଙ୍କାରେ ଉପଲବ୍ଧ ହେବ। ଦିଲ୍ଲୀ-ଏନସିଆର କିମ୍ବା ଉତ୍ତରପ୍ରଦେଶରେ ଏହାର ମୂଲ୍ୟରେ କୌଣସି ହ୍ରାସ ଘଟି ନାହିଁ। କାରଣ ଆଇଜିଏଲ୍ ମୁଖ୍ୟତଃ ଏହି ଅଞ୍ଚଚଳରେ ସିଏନଜି ଏବଂ ପିଏନଜି ଯୋଗାଏ। ଆଇଜିଏଲ୍ ୱେବସାଇଟ୍ ଅନୁଯାୟୀ, ନୋଏଡାରେ ସିଏନଜି କିଣିବାକୁ ହେଲେ ଆପଣଙ୍କୁ କିଲୋଗ୍ରାମ ପାଇଁ ୮୦.୨୦ ଟଙ୍କା ଦେବାକୁ ପଡିବ।

ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେତୁ ସିଏନଜି ଗାଡିର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବହୁ ସଂଖ୍ୟକ ଲୋକେ ସିଏନଜି ଯାନ ବ୍ୟବହାର କରନ୍ତି। ସ୍ଥାନୀୟ ଭାବରେ ଉତ୍ପାଦିତ ପ୍ରାକୃତିକ ଗ୍ୟାସ ପାଇଁ ସରକାର ଦୁଇ ବର୍ଷରେ ଥରେ ମୂଲ୍ୟ ନିର୍ଦ୍ଧାରଣ କରନ୍ତି, ଯାହା ଅଟୋମୋବାଇଲ ପାଇଁ ସିଏନଜିରେ ରୂପାନ୍ତର, ରୋଷେଇ ପାଇଁ ଘରୋଇ ରୋଷେଇ ଘରକୁ ପାଇପ୍ ଯୋଗାଣ, ବିଦ୍ୟୁତ୍ ଉତ୍ପାଦନ ଏବଂ ସାର ଉତ୍ପାଦନ ପାଇଁ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ।

Leave A Reply

Your email address will not be published.