Latest Odisha News

BREAKING NEWS

ବଢୁଛି ଶୀତ , ଆଗକୁ ଥରାଇବ ହାଡଭଙ୍ଗା ଜାଡ

ଭୁବନେଶ୍ୱର: ବଢୁଛି ଶୀତ , ଆଗକୁ ଥରାଇବ ହାଡଭଙ୍ଗା ଜାଡ ।  ଏ ବର୍ଷ ଥରାଇବ ଶୀତ ଲହରୀ । ଜବର ଜାଡ଼ ଅନୁଭୂତ ହେବ ଉତ୍ତର ଭାରତ ସମେତ ଅନେକ ଅଞ୍ଚଳରେ । ଓଡ଼ିଶାରେ ବି ଶୀତ ଲହରୀ ପ୍ରକୋପ ଅସହ୍ୟ ରହିବ । ସ୍ୱାଭାବିକଠାରୁ ପାରଦ ଅଧିକ ଖସିବ । ଖାଲି ସେତିକି ନୁହେଁ, ଶୀତର ଅବଧି ବି ଲମ୍ବା ରହିବ । ଏମିତି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଶୀତ ପ୍ରକୋପ ରାଜ୍ୟରେ ଅଧିକ ରହିବ । ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ନିମ୍ନଗାମୀ ହେବ । ଶୀତ ତୀବ୍ରତା ଅଧିକ ରହିବା ସହ ଏହାର ଅବଧି ବି ଅଧିକ ଦିନ ପର୍ଯ୍ୟନ୍ତ ଲମ୍ବିବ । ଅଧିକାଂଶ ବର୍ଷ ଫେବ୍ରୁଆରୀରେ ଶୀତ କମିବା ସହ ଗରମ ପ୍ରକୋପ ଆରମ୍ଭ ହୋଇଥାଏ । ଏଥର ଫେବ୍ରୁଆରୀରେ ମଧ୍ୟ ଭୀଷଣ ଜାଡ଼ ଅନୁଭୂତ ହେବା ସମ୍ଭାବନା ଅଛି ।ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ପଶ୍ଚିମକୁ ମୁହାଁଇବ । ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଶ୍ରୀଲଙ୍କାରେ ବର୍ଷା ସମ୍ଭାବନା ଅଛି ।

ବଙ୍ଗୋପସାଗରରେ ଆଗକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୩ ଓ ୪ ତାରିଖବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାରେୀ ଅଧିକ ବର୍ଷା ହୋଇପାରେ । କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ସମ୍ଭାବନା ଥିବାବେଳେ ପାଗ ମେଘୁଆ ରହିବ । ତେଣୁ ସେତେବେଳକୁ ରାତି ତାପମାତ୍ରା ବଢ଼ିବ ଓ ଥଣ୍ଡା କମିବ ।

ପାଣିପାଗ ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

Leave A Reply

Your email address will not be published.