Latest Odisha News

ଜେଲରୁ ବାହାରିବେ କି ଆର୍ୟନ୍ ଖାନ୍ ? ଆଜି ବମ୍ବେ ହାଇକୋର୍ଟରେ ବେଲ୍ ଶୁଣାଣି

ମୁମ୍ବାଇ: ଆର୍ୟନ୍ ଖାନ୍ ଜେଲରୁ ବାହାରିବେ କି ? ନା ତାଙ୍କୁ ପୁଣି ଭିତରେ ରହିବାକୁ ପଡ଼ିବ । ଆଜି ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ । କି ରାୟ ଶୁଣାଇବେ କୋର୍ଟ ତାଉପରେ ସମସ୍ତଙ୍କର ନଜର ରହିଛି ।

ଗତ ୨୦ ତାରିଖରେ ଆର୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ସ୍ପେଶାଲ୍ ଏନଡିପିଏସ୍ କୋର୍ଟ । ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆର୍ୟନଙ୍କ ଜାମିନ ଆବେଦନକୁ ଏନସିବି ବିରୋଧ କରିପାରେ ।

ମୁମ୍ବାଇ କ୍ରୁଜ୍ ଡ୍ରଗସ୍ କେସରେ ଗତ ୨ ତାରିଖରେ ଗିରଫ ହୋଇଥିଲେ ଆର୍ୟନ୍ ଖାନ୍ । ପାଖାପାଖି ମାସେ ହେଲାଣି ବେଲ୍ ପାଇଁ ବିଭିନ୍ନ ସମୟରେ ତାଙ୍କୁ ନିରାଶ ହେବାକୁ ପଡିଛି । ଆର୍ୟନ୍ ଏବେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ବିଚାରଧୀନ କଏଦୀ ଭାବରେ ଅଛନ୍ତି ।

ପୂର୍ବରୁ ଆର୍ୟନଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ଜେରା କରିଥିଲା ଏନସିବି । କ୍ରୁଜ୍ ଡ୍ରଗ୍ସ ଲିଙ୍କରେ ଆଉ କିଛି ଅଭିଯୁକ୍ତ ବି ଗିରଫ ହୋଇଛନ୍ତି । ଗତ ୨୧ ତାରିଖରେ ଜେଲରେ ଆର୍ୟନଙ୍କୁ ଭେଟିଥିଲେ ବାପା ଶାହାରୁଖ ଖାନ୍ । ପୂର୍ବରୁ ଭିଡିଓ କନଫରେନ୍ସିଂରେ ମାଆ ଗୌରୀ ଖାନ୍ ପୁଅ ସହ କଥା ହୋଇଥିଲେ ।

Leave A Reply

Your email address will not be published.