Latest Odisha News

BREAKING NEWS

ଜାଡରେ ଥରୁଛି ସାରା ଓଡିଶା, ଆହୁରି କମିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଉଥିବାବେଳେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାତ୍ରୀର ତାପମାତ୍ରା ପୁଣି କମିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ସେଲସିୟସକୁ ହ୍ରାସ ପାଇଛି ।

ଏହାବ୍ୟତିତ ରାଜ୍ୟର ପ୍ରାୟ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ସେହି ସ୍ଥାନ ଗୁଡିକ ହେଲା- ସୋନପୁର (୯), ଫୁଲବାଣୀ (୮.୫), ଅନୁଗୁଳ (୮), କେନ୍ଦୁଝର (୯.୮) ଟିଟିଲାଗଡ (୭.୬) ।

ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାର ଅନେକ ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ତଳେ ରହିଥିଲା । ବାଲେଶ୍ୱର (୧୦.୬), ଚାନ୍ଦବାଲି(୧୨), କଟକ (୧୧.୨) ଓ ଭୁବନେଶ୍ୱରରେ (୧୨), ବାରିପଦା (୧୧.୪), ଝାରସୁଗୁଡା (୧୦.୨), ସମ୍ବଲପୁର (୧୦.୭), ସୁନ୍ଦରଗଡ (୧୨), ହୀରାକୁଦ (୧୨.୧), ତାଳଚେର (୧୧.୭), ଭବାନୀପାଟଣା (୧୦.୭), ବଲାଙ୍ଗିର (୧୧), ମାଲକାନଗିରି (୧୨) ଓ କୋରାପୁଟ (୧୨) ରହିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଡ୍ୟୁଟି ଅଫିସର ସୁଧାକର ମଲ୍ଲିକ କହିଛନ୍ତି, ସେ ଆହୁରି ମଧ୍ୟ କହିଛନ୍ତି “ଉପ-ହିମାଲୟନ୍ ପଶ୍ଚିମବଙ୍ଗ ଓ ତତ୍ ସଂଲଗ୍ନ ବାଙ୍ଗଲାଦେଶରେ ସମୁଦ୍ର ତଳୁ ୧.୫କିମି. ଉପରେ ସାଇକ୍ଲୋନିକ ସର୍କୁଲେସନ୍ ହେଉଥିବା ଯୋଗୁଁ ଏହାର ପ୍ରଭାବରେ ଆଗାମୀ ଏକ ସପ୍ତାହ ଯାଏଁ ଓଡିଶାରେ ତୀବ୍ର ଶୀତ ଲହରୀ ଜାରି ରହିବ” । ଏହାବ୍ୟତିତ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନ ସମେତ ନୂଆପଡା, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ଅନୁଗୁଳ ଓ କେନ୍ଦୁଝରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଆହୁରି ମଧ୍ୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡିକରେ ରାତିର ତାପମାତ୍ରା ୧-୨ ଡିଗ୍ରୀ ହ୍ରାସ ପାଇବ” ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.