Latest Odisha News

BREAKING NEWS

ଧରା ପଡିଗଲା ଅଧ୍ୟାପିକାଙ୍କ କାରସାଦି: ପରୀକ୍ଷାର୍ଥୀଙ୍କ ପାଇଁ ନିଜେ ଦେଉଥିଲେ ପରୀକ୍ଷା

ଉଦଳା: ଗୁରୁ ହେଉଛନ୍ତି ଏମିତି ଜଣେ ମଣିଷ, ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ଗୁ ଶବ୍ଦର ଅର୍ଥ ହେଲା ଅନ୍ଧାର ଓ ରୁ ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ ନିଅନ୍ତି, ତାଙ୍କୁ ଗୁରୁ ବୋଲାଯାଏ । କିନ୍ତୁ ଯେତେବେଳେ ସେହି ଗୁରୁ ପିଲା ମାନଙ୍କୁ ଅବାଟରେ ନିଅନ୍ତି ତେବେ ଏ ସମାଜର ଗତି କୁଆଡେ ହେବ । ଏପରି ଏକ ଖବର ଆସିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରୁ । ପରୀକ୍ଷାର୍ଥୀ ବେଶରେ ଅଧ୍ୟାପିକା ଦେଉଥିଲେ ପରୀକ୍ଷା । ଜାଣିଲା ପରେ ଗିରଫ କରିଛି ପୋଲିସ । ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜରେ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ ଅନୁପସ୍ଥିତ ଥିବା ଛାତ୍ରୀଙ୍କ ପରୀକ୍ଷା ଖାତାରେ ଲେଖି ଗିରଫ ହୋଇଛନ୍ତି । ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଗତ ଜୁଲାଇ ୨୭ ତାରିଖରେ ଉଦଳା ସ୍ଥିତ ରାଢୋ ଲୁଇପା ଡିଗ୍ରୀ କଲେଜରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟାର ଚାଲିଥିବା ବେଳେ ଅଧ୍ୟାପିକା ତୁଳିକା ଆଶ ପରୀକ୍ଷା ହଲରେ ଅନୁପସ୍ଥିତ ଥିବା ଜଣେ ଛାତ୍ରୀଙ୍କ ଖାତାରେ ନିଜେ ଉତ୍ତର ଲେଖିବା ସହିତ ସେହି ଖାତାରେ ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ଯାହାକୁ ଆଧାର କରି କଲେଜ ପ୍ରିନ୍ସପାଲ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ସେ ପ୍ରିନ୍ସପାଲଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ପରେ ଏନେଇ  ଉଦଳା ଥାନାରେ କଲେଜ ପ୍ରିନ୍ସପାଲ ଲିଖିତ ଅଭିଯୋଗ କରିଛନ୍ତି । ତଦନ୍ତ କରି ପୋଲିସ୍ ଅଭିଯୁକ୍ତ ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରିଛି ।

 

Leave A Reply

Your email address will not be published.