Latest Odisha News

BREAKING NEWS

ଭୁଶୁଡି ପଡିଲା ନିର୍ମାଣାଧୀନ ପୋଲ: ୧୭ ଶ୍ରମିକ ମୃତ, ଆହୁରି ୪୦ ଭଗ୍ନସ୍ତୁପ ତଳେ

ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲରେ ଏକ ନିର୍ମାଣଧୀନ ରେଳ ଅଣ୍ଡରବ୍ରିଜ ଭୁଶୁଡି ପଡିଛି । ଫଳରେ ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୩୦ରୁ ୪୦ ଜଣ ଶ୍ରମିକ ଧ୍ୱଂସ ସ୍ତୁପ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଶ୍ରମିକଙ୍କୁ ସ୍ତୁପ ତଳୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ତେବେ ପୋଲଟି କେଉଁ ପରିସ୍ଥିତିରେ ଏବଂ କାହିଁକି ଭୁଶୁଡି ପଡିଲା ସେ ବିଷୟରେ ସବିଶେଷ ଜଣାପଡି ନାହିଁ । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମନ୍ଥାଗା ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କୁ ପ୍ରତି ମୋର ଗଭୀର ସମବେଦନା । ଆହତମାନେ ଖୁବ ଶୀଘ୍ର ସୁସ୍ଥ ହୋଇଯାଆନ୍ତି ବୋଲି ପ୍ରାର୍ଥନା କରୁଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଭାବିତଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯିବ । ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହାୟତା କେନ୍ଦ୍ର ଦେବ ବୋଲି ସେ କହିଛନ୍ତି ।

ସୂଚନାଥାଉ କି,  ୧୯୬ ନମ୍ବରର ଏହି ବ୍ରିଜ ୧୦୪ ମିଟର ଉଚ୍ଚତାରେ ନିର୍ମାଣ କରାଯାଉଛି । ଏହି ବ୍ରିଜ ଦିଲ୍ଲୀ କୁତମ ମିନାରଠାରୁ  ୪୨ ମିଟର ଉଚ୍ଚା । ଏହି ବ୍ରିଜରେ ରେଲୱେ ଟ୍ରାଫିକ ଚାଲୁ ହେଲା ପରେ ମିଜୋରାମ ଦେଶର ବିଶାଳ ରେଳ ନେଟୱର୍କ ସହ ଯୋଡି ହେବ ।

Leave A Reply

Your email address will not be published.