Latest Odisha News

BREAKING NEWS

ଦୁର୍ଘଟଣାରେ ଛିଟିକି କାର ଛାତ ଉପରେ ପଡିଲେ ଯୁବକ, ୩ କିମି ଘୋଷାରି ନେବା ପରେ ଫିଙ୍ଗି ଦେଲେ ଚାଳକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲରେ ହିଟ ଆଣ୍ଡ ରନ କେସ । ଏହାର ଏକ ଭିଡିଓ ଭାଇରାଲ ହୋଇଛି । କାରର ଡ୍ରାଇଭର ବାଇକକୁ ଧକ୍କା ଦେଇଥିଲା । ଧକ୍କା ପରେ ଜଣେ ବାଇକରେ ବସିଥିବା ୨ ଭାଇଙ୍କ ମଧ୍ୟରୁ ଜଣେ ଛିଟିକି ଯାଇ କାରର ଛାତ ଉପରେ ପଡିଥିଲେ । ହେଲେ କାର ଚାଳକ କାର ରୋକିବା ପରିବର୍ତ୍ତେ ଦ୍ରୁତ ଗତିରେ ପଳାଇ ଯାଇଥିଲା । ଏମିତି ୩ କିଲୋମିଟର ପଳାଇଥିଲା କାରଟି । ଆଉ ତା’ ପରେ ଯାହା ହେଲେ ଶୁଣିଲେ ଛାତି ଥରି ଯିବ ।

ପୂରା ଘଟଣା ଥିଲା ଏମିତି  । ଦିଲ୍ଲୀର କେଜି ମାର୍ଗ-ଟଲଷ୍ଟୟ ମାର୍ଗରେ ନାଲିବତି ଲାଗିଥିବା ଏକ ଗାଡି ଦ୍ରୁତ ଗତିରେ ଆସି ଏକ ବାଇକକୁ ଧକ୍କା ଦେଇଥିଲା । ବାଇକରେ ଦୁଇ ଭାଇ ଯାଉଥିବାବେଳେ ଜଣେ ତଳେ ଛିଟିକି ପଡିଥିବାବେଳେ ଅନ୍ୟ ଜଣେ ଯାଇ କାରର ଛାତ ଉପରେ ପଡିଥିଲେ । ତଥାପି କାରଟି ଅଟକି ନ ଥିଲା । ଦ୍ରୁତ ଗତିରେ ସେଠାରୁ ପଳାଇ ଯାଇଥିଲା ।

ଘଟଣାସ୍ଥଳରେ ଥିବା ମହମ୍ମଦ ବିଲାଲ ନାମକ ଜଣେ ବ୍ୟକ୍ତି ନିଜ ସ୍କୁଟି ଧରି କାରର ପିଛା କରିଥିଲେ । ଆଉ ଏହାର ଭିଡିଓ ବି କରୁଥିଲେ । ଏପରକି ମହମ୍ମଦ ବିଲାଲ ଖୁବ ପାଟିକରି କାର  ଡ୍ରାଇଭରଙ୍କୁ ଡାକିବା ସହ ଅଟକିବା ପାଇ
ଇଶାରା କରୁଥାନ୍ତି । ହେଲେ ତାଙ୍କ କଥା ଣୁଣିପାରି  ନଥିଲେ କାର ଡ୍ରାଇଭର । ଗାଡି ଅଟକାଇବା ବଦଳରେ ସ୍ପିଡ ବଢି ଚାଲିଥାଏ । କାର ଛାତ ଉପରେ ଜଣେ ଶୋଇଥିବାର ଦୃଶ୍ୟ ବି ଏହି ଭିଡିଓରେ ଦେଖିବାକୁ ମିଳିବ ।

ଏମିତି ୩ କିମି ଯିବା ପରେ ଦିଲ୍ଲୀ ଗେଟ ନିକଟରେ ଅଭିଯୁକ୍ତମାନେ   ଛାତ ଉପରେ ପଡିଥିବା ଯୁବକଙ୍କୁ ତଳ ଫିଙ୍ଗି ଦେଇ ଦ୍ରୁତ ଗତିରେ ପଳାଇଥିଲେ । ଫଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତ ଯୁବକଙ୍କ ନାମ ଦୀପାଂଶୁ ବର୍ମ ଏବଂ ବୟସ ୩୦ ବର୍ଷ । ତାଙ୍କ ସହ ବାଇକରେ ଥିଲେ ପିୟୁସୀ ପୁଅ ମୁକୁଲ (୨୦ ବର୍ଷ) । ସେ ମଧ୍ୟ ଗୁରୁତର ହୋଇଛନ୍ତି । ଦିଲ୍ଲୀ ପୋଲିସ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରିଛି ।

 

Leave A Reply

Your email address will not be published.