Latest Odisha News

BREAKING NEWS

ଜ୍ୱାଇଁର ଆତଙ୍କରାଜ: ଭୁଜାଲି ମାଡ଼ରେ ଶାଶୂ ଶ୍ୱଶୁର ଲହୁଲୁହାଣ

କେନ୍ଦ୍ରାପଡ଼ା: ଶଶୁର ଘରେ ଜ୍ୱାଇଁ ଘଟାଇଛି ଆତଙ୍କ ରାଜ  । ଭୁଜାଲିରେ ହାଣି ଲହୁଲୁହାଣ କରିଛି ଶାଶୁ ଓ ଶଶୁରଙ୍କୁ  । ଏପରି କାଣ୍ଡ ଘଟାବା ପରେ ଫେରାର ହୋଇଯାଇଛି ଜ୍ୱାଇଁ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡ଼ା ବ୍ଲକର କଂସାର ଗ୍ରାମ ପଂଚାୟତର ବାଇପୁର ଗ୍ରାମରେ ।

ବାଇପୁର ଗ୍ରାମର କୁମ ରାଉତଙ୍କ ପୁଅ ଭୈରବ   କଂସାର ଗ୍ରାମର ଗଗନ ଲେଙ୍କାଙ୍କ ଝିଅକୁ ଭଲ ପାଉଥିଲା l ଉଭୟ ତିନି ବର୍ଷ ପୂର୍ବେ ଘର ଛାଡି ପଳାଇଥିଲେ ।   କିଛି ଦିନ ସ୍ଵାମୀ ସ୍ତ୍ରୀ ଭାବେ ଏକାଠି ରହୁଥିଲା  । ହେଲେ ପରେ ଉଭୟଙ୍କ ଭିତରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ହେଲେ ପ୍ରାୟ ବର୍ଷେ ତଳେ ଝିଅ ନିଜ ବାପ ଘରକୁ  ପଳାଇ ଆସିଥିଲା  ।

ଏଠାରେ ଝିଅ ନିଜର ଚଳିବା ପାଇଁ ଏକ ବେସରକାରୀ ସଂସ୍ଥାରେ ଚାକିରି ମଧ୍ୟ କରିଥିଲା  । ଏଥିରେ ସ୍ଵାମୀ ଭୈରବ ଉତକ୍ଷିପ୍ତ ହୋଇ ଗତକାଲି ବିଳମ୍ବିତ ରାତିରେ କଂସାର ଗ୍ରାମର ନିଜ ଶଶୁର ଘରକୁ ଆସି ସମସ୍ତେ ଶୋଇପଡ଼ିଥିବାର ସୁଯୋଗ ନେଇ ଭୁଜାଲି ଦ୍ୱାରା ପ୍ରଥମେ ନିଜ ଶାଶୂକୁ ଆକ୍ରମଣ କରିଥିଲା  । ଶାଶୂ ଚିତ୍କାର କରିବାରୁ   ଗଗନ ଲେଙ୍କାକୁ ଆକ୍ରମଣ କରିଥିଲା । ଭୁଜାଲି ଆକ୍ରମଣରେ ଲହୁଲୁହାଣ ହୋଇ ଯାଇଥିଲେ ଶାଶୂ-ଶ୍ୱଶୁର   ।

ସେମାନେ ଆକ୍ରମଣ କରିବାରୁ  ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା   ।  ବିଳମ୍ବିତ ରାତିରେ ସାହି ପଡିଶା କେନ୍ଦ୍ରାପଡ଼ା ସଦର ପୋଲିସକୁ ଖବର ଦେବାରୁ ପୋଲିସ ସଦଳ ବଳ ସହିତ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହୋଇଥିଲା  ।  ଅନ୍ୟ ପଟେ ଶଶୁର ଗଗନ ରାଉତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି  ।

Leave A Reply

Your email address will not be published.