Latest Odisha News

BREAKING NEWS

ପୁଣି ଧରାପଡିଲା ନକଲି ସସ୍ କାରଖାନା, ୬୫୧ ବୋତଲ ଜବତ

ସୁନ୍ଦରଗଡ: ପୁଣି ଅସଲି ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ମାଲ । ଠାବ ହେଲା ନକଲି ସସ୍ କାରଖାନା । ସୁନ୍ଦରଗଡ ଜିଲ୍ଳା ରାଜଗାଙ୍ଗପୁର କୁମ୍ଭାରପଡାଠାର ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢଉ କରିଛି । ସେଠାରୁ ବହୁ ପରିମାଣର ନକଲି ସସ୍ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଜଗାଙ୍ଗପୁର ଏସଡିପିଓ ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ସଦଳବଳ ସହ କୁମ୍ଭାରପଡା ଠାରେ ଦୀର୍ଘ ଦିନ ହେବ ବେଆଇନ ଭାବେ ଚାଲିଥିବା ଏକ ନକଲି ଅନମୋଲ ସସ୍ କାରଖାନା ଉପରେ ଚଢଉ କରିଥିଲେ । ଏଠାରୁ ପ୍ୟାକିଂ ହୋଇ ଗଚ୍ଛିତ ଥିବା ୬୫୧ ବୋତଲ ନକଲି ଟମାଟୋ, ଚିଲି ଓ ସୋୟାବିନ୍ ସସ୍ ଜବତ ହୋଇଛି । ଏହା ସହ ନିର୍ମାଣ ପାଇଁ ଭୟବହୃତ ହେଉଥିବା ଗୋଟିଏ ମିକ୍ସଚର ଗ୍ରାଇଣ୍ଡିଂ ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣାରେ ନକଲି କାରଖାନାର ମାଲିକ ଅନିଲ ଦାସଙ୍କୁ ପୋଲିସ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.