Latest Odisha News

BREAKING NEWS

ଡ୍ରଗ୍ସ ଜାଲରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଡିଆଡୱାଲା

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡ୍‌ ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ଘରୁ ଡ୍ରଗ୍ସ ଜବତ କରିଛି। ଏନସିବି ପକ୍ଷରୁ ଶୀଘ୍ର ଫରୋଜଙ୍କୁ ସମନ ପଠାଇବାକୁ ପ୍ରସ୍ତୁତି କରାଯିବା ନେଇ ସୂଚନା ମିଳିଛି। ଏନସିବି କାର୍ଯ୍ୟାଳୟରେ ଫିରୋଜଙ୍କ ପତ୍ନୀଙ୍କୁ ପଚରାଉଚରା କରାଯାଉଛି। ସୂଚନାନୁସାରେ, ଯେତେବେଳେ ଏନସିବି ଫିରୋଜଙ୍କ ଘରେ ପହଞ୍ଚିଥିଲା ​​ସେତେବେଳେ ସେ ଘରେ ଉପସ୍ଥିତ ନଥିଲେ।

ସୂଚନା ଅନୁସାରେ ନଭେମ୍ବର ୭ ଏବଂ ୮ ତାରିଖ ରାତିରୁ ଏନସିବି ଅନେକ ଡ୍ରଗ୍ ବେପାରୀଙ୍କ ଘରେ ଚଢାଉ କରିଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ଡ୍ରଗ୍ସ ବିକ୍ରୟକାରୀଙ୍କୁ ଏନ୍‌ସିବି ଦ୍ୱାରା ଅଟକ ରଖାଯାଇଛି। ସୂଚନାନୁସାରେ, ଡ୍ରଗ୍ସ ମାମଲାରେ ଧରାଯାଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ନିର୍ମାତାଙ୍କ ନାମ ସାମ୍‌ନାକୁ ଆସିଛି। ଶନିବାର ସନ୍ଧ୍ୟାରେ ଏନସିବି ନାଭି ମୁମ୍ବାଇ ଏବଂ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲା, ଯେଉଁଠାରୁ ଏଜେନ୍ସି ମେରିଜୁଆନା ଏବଂ ଏମଡି ବ୍ୟବସାୟିକ ପରିମାଣରେ ଉଦ୍ଧାର କରିଥିଲା। ଏହି ମାମଲାରେ ଏନସିବି ୪ ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

ନିର୍ମାତା ଫିରୋଜ ନାଡିଆଡୱାଲା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ହିଟ୍ ଚଳଚ୍ଚିତ୍ର ନିର୍ମାଣରେ ସହଯୋଗ କରିଛନ୍ତି। ଏଥିମଧ୍ୟରେ ୨୦୦୬ରେ ଚଳଚ୍ଚିତ୍ର ଫିର୍‌ ହେରା ଫେରି, ଆୱାରା ପାଗଲ ଦିୱାନା, ଆନ୍: ମେନ୍‌ ଆଟ୍‌ ୱାର୍କ, ଫୁଲ୍‌ ଆଣ୍ଡ୍‌ ଫାଇନାଲ୍, ୱେଲ୍‌କମ୍‌, କାତୁର୍ସ୍‌ ଇତ୍ୟାଦି ଅନ୍ତର୍ଭୁକ୍ତ।

Leave A Reply

Your email address will not be published.