କଟକ: ଆକ୍ସନ ମୋଡରେ କମିଶନରେଟ୍ ପୋଲିସ। ଗାଡ଼ିରେ ମଲ୍ଟି ହର୍ଣ୍ଣ ଲଗାଇଥିଲେ ଦେବାକୁ ପଡୁଛି ଫାଇନ। ଗତକାଲି କଟକ ନେତାଜୀ ବସ ଟର୍ମିନାଲ ପାଖରେ କମିଶନରେଟ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଇଛି। ଗାଡ଼ିରେ ଲାଗିଥିବା ବହୁ ମଲ୍ଟି ହର୍ଣ୍ଣ ପୋଲିସ କଢ଼ିଛି। ଏହା ସହ ଯେଉଁ ସବୁ ଗାଡିରେ ଏହି ହର୍ଣ୍ଣ ଲାଗିଥିଲା ସେହି ଗାଡି ଚାଲାକଙ୍କଠୁ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ।
ଖବର ଅନୁଯାୟୀ, ବାଇକ୍ରେ କିଛି ଯୁବକ ମଲ୍ଟି ହର୍ଣ୍ଣ ଲଗାଇ ଶବ୍ଦ କରୁଥିଲେ। ଯାହାଦ୍ୱାରା କି ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଶେଷରେ ଆକ୍ସନକୁ ଆସିଥିଲା କମିଶନରେଟ୍ ପୋଲିସ। ବିଭିନ୍ନ ସ୍ଥାନମାନଙ୍କରେ ଚଢାଉ କରି ଗାଡିରେ ଲାଗିଥିବା ମଲ୍ଟି ହର୍ଣ୍ଣକୁ ଗାଡିରୁ କାଢିଥିଲା।
ସୂଚନା ଅନୁସାରେ କିଛି ଦିନ ତଳେ କମିଶନରେଟ ଟ୍ରାଫିକ ପୋଲିସ ପକ୍ଷରୁ କଟକ ଓଏମପି ଛକରେ ସବୁ ଭାରିଯାନକୁ ଅଟକାଇ ଯାଞ୍ଚ କରାଯାଉଥିଲା । ଏହା ସହିତ ବିକଟାଳ ହର୍ଣ୍ଣ ସହ ବ୍ଲାକ କାଚ ଆଦି ଗାଡ଼ି ଉପରେ ପୋଲିସ କଡ଼ା ନଜର ରଖିଥିଲା । ବାଇକ, କାର, ଟ୍ରକ, ବସ ଅନ୍ୟାନ୍ୟ ଗାଡ଼ିଗୁଡ଼ିକୁ ଅଟକାଇ ସେଗୁଡ଼ିକର କାଗଜାତ ଯାଞ୍ଚ କରୁଥିଲା ।
Comments are closed.