Latest Odisha News

BREAKING NEWS

ଦାଦା ବଟି ଆଦାୟ ଉପରେ ଲାଗିବ ରୋକ : କମିଶନରେଟ୍ ପୋଲିସ ଜାରି ହେବ ନୂଆ ହେଲପଲାଇନ ନମ୍ବର

ଭୁବନେଶ୍ୱର: ପାର୍ବଣ ଋତୁ ଆସିଗଲେ ବିଭିନ୍ନ ସ୍ଥାନରେ ଦାଦା ବଟି ଆଦାୟ ହେଉଥିବା ନଜରକୁ ଆସେ । ବେଳେ ବେଳେ ଏହାକୁ ନେଇ ଅନେକ ଅପରାଧ ମଧ୍ୟ ଘଟିଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କମିଶନରେଟ୍ ପୋଲିସ ପକ୍ଷରୁ ଆଜି ଏକ ହେଲପ୍ ଲାଇନ ନମ୍ବର ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।

ଏହି ନମ୍ବରରେ ଜନସାଧାରଣ ସେମାନଙ୍କ ଅଭିଯୋଗ କରିପାରିବେ । ସୂଚନା ଦେଉଥିବା ଲୋକଙ୍କୁ ପୋଲିସ ଗୋପନ ରଖିବ । ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସର ଏହି ପଦକ୍ଷେପକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.