Latest Odisha News

ରାଜଧାନୀରେ ଗ୍ରୀନ କରିଡର, ୯ ମିନିଟ୍‌ରେ ହସ୍ପିଟାଲରୁ ଏୟାରପୋର୍ଟ ଗଲେ ଗୁରୁତର ରୋଗୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁରୁତର ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର । ମୂଲ୍ୟବାନ ଜୀବନ ବଂଚାଇବା ଲାଗି ନିଆରା ପ୍ରୟାସ କରିଛି କମିଶନରେଟ୍ ଟ୍ରାଫିକ ପୋଲିସ ।

ଆପୋଲୋ ହସ୍‌ପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଜଣେ ଗୁରୁତର ରୋଗୀଙ୍କୁ ଗ୍ରିନ୍‌ କରିଡର ଜରିଆରେ ସଫଳତାରେ ସହ ନିଆଯାଇଛି। ଟ୍ରାଫିକ୍‌ ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀଙ୍କ ନେତୃତ୍ବରେ ରୋଗୀଙ୍କୁ ଏୟାରପୋର୍ଟ ନିଆଯିବା ପରେ ସେଠାରୁ ଏୟାର ଆମ୍ବୁଲାନ୍ସ ଜରିଆରେ ଚେନ୍ନାଇ ପଠାଯାଇଛି।

ଆପୋଲୋ ହସ୍‌ପିଟାଲରୁ ବାହରିବା ପରେ ପ୍ରତି ଟ୍ରାଫିକ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସିଗ୍‌ନାଲ୍‌କୁ ପରିବର୍ତ୍ତନ କରାଯାଇ ଏହି ବ୍ୟବସ୍ଥା କରାଯାଇଛି। ମନୁଷ୍ୟ ଜୀବନ ବଞ୍ଚାଇବାରେ କମିସନରେଟ୍‌ ପୁଲିସର ଏହି ଛୋଟ ପ୍ରୟାସ ପାଇଁ ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟ ଧନ୍ୟବାଦ ଦେଇଛନ୍ତି। ଆପୋଲୋ ହସ୍‌ପିଟାଲରୁ ଏୟାରପୋର୍ଟ ନ୍ୟୁ ଟର୍ମିନାଲ ଗେଟ୍‌-୧ ପର୍ଯ୍ୟନ୍ତ ମାତ୍ର ୯ ମିନିଟ୍‌ରେ ରୋଗୀଙ୍କୁ ପହଞ୍ଚା ଯାଇଥିଲା।

Comments are closed.