Latest Odisha News

BREAKING NEWS

ମୃତଦେହ ରଖି ରାସ୍ତାରୋକ, ବାରିପଦା-ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍

ବାରିପଦା: ମୃତଦେହ ରଖି ରାସ୍ତା ଅବରୋଧ । ରୋଗୀ ମୃତ୍ୟୁର ପ୍ରତିବାଦ । କ୍ଷତିପୂରଣ ଦାବିରେ ବାରିପଦା-ଉଦଳା ରାସ୍ତାକୁ ଗତକାଲି ରାତିରୁ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ଫଳରେ ଏହି ରାସ୍ତାରେ ଠପ୍ ହୋଇଛି ଗାଡ଼ିମୋଟର ଚଳାଚଳ । ଅଭିଯୋଗ ହୋଇଛି, ଗତ ୩ ତାରିଖରେ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ବେଳେ ଛାତରୁ କଂକ୍ରିଟ ଖସି ଜଣେ ଶାମାଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର ହୋଇଥିଲା । ଗତକାଲି କଟକ ଏସସିବିରେ ତାଙ୍କର ଦେହାନ୍ତ ହୋଇଥିଲା ।

ମୃତ୍ୟୁ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ପରିବାର ଲୋକ ଓ ସମ୍ପର୍କୀୟ । କ୍ଷତିପୂରଣ ଦାବିରେ କାଲି ରାତିରୁ ବାରିପଦା-ଉଦଳା ରାସ୍ତାର ପୋଡ଼ା ବସ୍ତିଆ ଛକରେ ମୃତଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି । ବୁଝାସୁଝା ପରେ ବି ଜିଦରୁ ଅଟଳ ଆନ୍ଦୋଳନକାରୀ । କ୍ଷତିପୂରଣ ନଦେବା ଯାଏ ରାସ୍ତା ଅବରୋଧ ଜାରି ରହିବ ବୋଲି କହିଛନ୍ତି ।

Leave A Reply

Your email address will not be published.