Latest Odisha News

BREAKING NEWS

ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ଆଣିଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର: ଜନ୍ମଦିନ ପାର୍ଟିରେ ସମର୍ଥକଙ୍କ ସହ ମାସ୍କ ନପିନ୍ଧି ନାଚ, ଗୀତ ଓ ଗହଳି ଭିତରେ ସାମିଲ ହେବାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଅଡୁଆ ବଢ଼ିଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଚିଠି ଲେଖିବା ପରେ ଏବେ ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି କୋଭିଡ୍ ଯୋଦ୍ଧା ।

ଏନେଇ କୋଭିଡ୍ ଯୋଦ୍ଧା ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସାଂସଦ କୋଭିଡ୍ ନିୟମ ବାରମ୍ବାର ଭାଙ୍ଗୁଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେମାନେ । ଅଭିଯୋଗ କରିଛନ୍ତି, ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ।

ସେପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଭୁବନେଶ୍ୱର ଅଫିସକୁ ୧୫ ଦିନ ପାଇଁ ସିଲ୍ କରିପାରେ ଭୁବନେଶ୍ୱର ମହାନଗର ନିଗମ । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଅଫିସ ସିଲ୍ କରିପାରେ ବିଏମସି । ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।

ଗତ ୮ ତାରିଖରେ ଥିଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନ । ସମର୍ଥକଙ୍କ ସହ ଜନ୍ମଦିନ ଉତ୍ସବ ମନାଇବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସମର୍ଥକମାନେ ମାସ୍କ ପିନ୍ଧି ନଥିଲେ କି ମାନି ନଥିଲେ ସାମାଜିକ ଦୂରତା ନିୟମ । ସମସ୍ତେ ନାଚ ଗୀତରେ ମଜିଥିଲେ । କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ କେନ୍ଦ୍ର ନିକଟରେ ଫେରାଦ ହୋଇଛି ରାଜ୍ୟ ।

Leave A Reply

Your email address will not be published.